ଦୀପାବଳିରେ ଅଘଟଣ

ଯାଜପୁର ଜିଲ୍ଲା ବ୍ୟାସନଗରରେ ଦୀପାବଳି ଉପଲକ୍ଷେ ବାଣ ଫୁଟାଇବା ସମୟରେ ଅସାବଧାନତା ଯୋଗୁଁ ଘଟିଛି ଅଘଟଣ। ସହରର ବିଭିନ୍ନ ଅଞ୍ଚଳରେ ବାଣରେ ନିଆଁ ଲଗାଉଥିବା ସମୟରେ ଏଭଳି କିଛି ଅଘଟଣ ଘଟିଥିବା ଘଟଣା ସାମ୍ନାକୁ ଆସିଛି। ଅସାବଧାନତା ଯୋଗୁଁ ବାଣ ହାତରେ ଫୁଟି ଅନେକ ଲୋକ ଆହତ ହୋଇଛନ୍ତି। ଏଥିରେ 8ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ମାନେ ଯାଜପୁର ରୋଡ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଯାଇଛନ୍ତି। ସେମାନଙ୍କ ମଧ୍ୟରେ କେହି ସେଭଳି ଗୁରୁତର ନଥିବା ଜଣାପଡିଛି। ଅଧିକାଂଶ ସ୍ଥାନରେ କୁମ୍ପି ଓ ଚକ୍ରି ବାଣରେ ଅଗ୍ନି ସଂଯୋଗ କରୁଥିବା ସମୟରେ ଏହା ଆକସ୍ମିକ ଭାବେ ଫୁଟିଯିବା ଫଳରେ ଏଭଳି ଘଟଣା ଘଟିଥିବା ଜଣାପଡିଛି। ତେବେ ବାଣ ଫୁଟାଇବା ସମୟରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଦୀପାବଳି ଉତ୍ସବର ହସଖୁସି ଓ ଆନନ୍ଦ ଉଲ୍ଲାସ ସମୟରେ ଏଭଳି କିଛି ଅସାବଧାନତା ଯୋଗୁଁ ଏହା ଦୁଃଖରେ ପରିଣତ ହେଉଛି। ସୁରକ୍ଷା ନିୟମ ମାନି ଉତ୍ସବ ପାଳନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *