ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ବାଘୁଆବୁଲ ଗାଁରେ ଘର ସମ୍ମୁଖରୁ ଟେକି ନେଇ କଚାଡି ଦେଲା ଦନ୍ତା ହାତୀ l ଫଳରେ ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର l ଗୁରୁତର ଆହତଙ୍କୁ ବନ ବିଭାଗ କର୍ମଚାରୀ ଛେଣ୍ଡିପଦା ମେଡ଼ିକାଲରେ ଭର୍ତ୍ତି କରିଛନ୍ତି l ଯୁବକଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଡାକ୍ତର ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି lଗୁରୁତର ଯୁବକ ଜଣଙ୍କ ହେଲେ ବାଗଡିଆ ଥାନା ବାଘୁଆବୁଲ ଗ୍ରାମର ନେଙ୍କୁରୀ ଭୁତିଆ  l ବାଘୁଆବୁଲ ଗ୍ରାମର ନେଙ୍କୁରୀ ଭୁତିଆ ଓ ଗ୍ରାମର କିଛି ଯୁବକ ଘର ସମ୍ମୁଖରେ ନିଆଁ ସେକି ହେଉଥିବା ବେଳେ ଏକ ଦନ୍ତା ହାତୀ ହଠାତ ବାହାରି ପଛରୁ ନେଙ୍କୁରୀଙ୍କୁ ଶୁଣ୍ଢରେ ଟେକି ନେଇ କଚାଡି ଦେଇଥିଲା l ଏହା ଦେଖି ଅନ୍ୟ ଲୋକମାନେ ଦୌଡ଼ି ପଳାଇ ଯିବା ସହିତ ପାଟି କରିବାରୁ ଦନ୍ତା ହାତୀଟି ଜଙ୍ଗl ଭିତରକୁ ପଳାଇ ଯାଇଥିଲା l ବନବିଭାଗ କର୍ମଚାରୀ ତୁରନ୍ତ ପହଁଚି ନେଙ୍କୁରୀଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ମେଡ଼ିକାଲ ଓ ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *