ମୟୂରଭଞ୍ଜ ଜିଲ୍ଲାରେ ହାତୀପଲଙ୍କ ଉପଦ୍ରବ। ରାସଗୋବିନ୍ଦପୁର, ବେତନଟୀ, ଦେଉଳି ଫରେଷ୍ଟ ରେଞ୍ଜର ବିଭିନ୍ନ ସ୍ଥାନରେ ହାତୀପଲ ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି। ତେବେ ହାତୀ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି l ସୂଚନା ଅନୁଯାୟୀ,ମୋରଡା ବ୍ଲକ ତଥା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଉଲିଡ଼ିହି ଗାଁର ସାକ୍ର ହେମ୍ବ୍ରମଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେହିପରି ଦେଉଳି ରେଞ୍ଜ ଅଧୀନ ସନପୁରିଆ ଗାଁର ରଘୁନାଥ ହେମ୍ବ୍ରମ ମଧ୍ୟ ହାତୀ ଆକ୍ରମଣର ଶୀକାର ହୋଇ ଜୀବନ ହାରିଛନ୍ତି। ଅନ୍ୟପଟେ ହାତୀ ଆକ୍ରମଣରେ ଆହୁରି ୩ ଜଣ ଆହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି। ତେବେ ଝାଡଖଣ୍ଡୀ ହାତୀ ଏଭଳି ଉପଦ୍ରବ ଚଳାଥିବା ବେଳେ ବେତନଟି ରେଞ୍ଜ ଅଞ୍ଚଳରେ ଏବେ ହାତୀ ଥିବା ଜଣାପଡିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now