ଚନ୍ଦକା ପ୍ରଶିକ୍ଷଣ କେନ୍ଦ୍ରରେ ମାମା ହାତୀର ମୃତ୍ୟୁ

ଚନ୍ଦକା କୁମାରଖୁଣ୍ଟି ସ୍ଥିତ ପ୍ରଶିକ୍ଷଣ କେନ୍ଦ୍ରରେ ମାମା ହାତୀର ମୃତ୍ୟୁ ହୋଇଛି । ଆଜି ସକାଳୁ ନିଜର ଫୁଟବଲ ଖେଳ ପାଇଁ ବେଶ ପରିଚିତ ଥିବା ହାତୀ ମାମାର ମୃତଦେହ ଦେଖିବାକୁ ମିଳିଛି । ହର୍ପିସ୍ ଭୂତାଣୁରେ ଆକ୍ରାନ୍ତ ହୋଇ ମାମାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏ ନେଇ ଚନ୍ଦକା ଡିଏଫଓ ସୂଚନା ଦେଇଛନ୍ତି । ଗତକାଲି ରାତିରେ ନିୟମିତ ଭଳି ଭିଡ଼ିଓ ଗ୍ରାଫି କରାଯାଇଥିଲା । ମାତ୍ର ସେତେବେଳ ସେ ସୁସ୍ଥ ଥିଲା । ତେବେ ଆଜି ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବନବିଭାଗ ମାମାର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ କହିଛି । ଅନ୍ୟପକ୍ଷରେ ପ୍ରଶିକ୍ଷଣ କେନ୍ଦ୍ରର ଆଉ ୩ଟି ହାତୀ ଛୁଆ ଏହି ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *