ପାଟନାଳ ସଫା ନ ହେବାରୁ ଚାଷ ଜମି ଜଳ ମଗ୍ନ ଅବସ୍ଥାରେ ରହିଛି।ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ପୂର୍ବକଚ୍ଛ ଆତୋଡ଼ା ବାରବୋଡ଼ିଆ ପାଟନାଳୀ ଡ୍ରେନେଜ୍ ବିଭାଗ ଅଧୀନରେ ଥିବା ଏହି ପାଟନାଳୀ କୌଣସି ପ୍ରକାର ସଫା ହେଉନଥିବା ଅଭିଯୋଗ କରିଛିନ୍ତି ଚାଷି ।ବର୍ଷର ଆହାର ପାଇଁ ଚାଷି ଋଣ କରି ଧାନ ଚାଷ କରିଥିଲେ ଏବେ ଅଦିନିଆ ବର୍ଷାରେ ଶହଶହ ଏକର ଚାଷ ଜମି ପାଣିମଗ୍ନ ହେବାରୁ ରୁହା ଧାନ ଏବେ ନଷ୍ଟ ହେବାକୁ ବସିଲାଣି ଏପଟେ କିନ୍ତୁ ପାଟ୍ଟନାଳୀ ଅନାବନା ଗଛ ଦଳ ଓ ମାଛ ପାଇଁ ବନ୍ଧ ପକାଇ ଧରୁଥିବା ବେଳେ ବିଲ ରୁ ପାଣି ନିଷ୍କାସନ ହେଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳର ଚାଷିମାନେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now