ଅଦିନିଆ ଲଗାଣ ବର୍ଷା ନେଲା ଚାଷୀ ଙ୍କ ଜୀବନ। ଧାନ ଅମଳ ହେବାର ସମ୍ଭାବନା ନ ଥିବା ଆଶଙ୍କା ଯୋଗୁଁ ଚାଷୀ ଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚିକଣା ପଞ୍ଚାୟତ ଅନ୍ତର୍ଗତ ମଣିତାପୁର ଗ୍ରାମର ମଣିରାମ ମହାନ୍ତି ଙ୍କ ଆକସ୍ମିକ ମୃତ୍ୟୁ ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି | ପରିବାର ଲୋକଙ୍କ କହିବା ଅନୁଯାୟୀ ମଣିରାମ କୃଷିଋଣ ସହ ବିଭିନ୍ନ ଜାଗାରୁ ଧାର କରଜ କରି ଏକର ଏକର ଜମି ଚାଷ କରିଥିଲେ କିନ୍ତୁ ଅଦିନିଆ ଲଗାଣ ବର୍ଷା କାରଣରୁ ତାଙ୍କ ଫସଲ ସମ୍ପୂର୍ଣ ନଷ୍ଟ ହୋଇଯାଇଛି | ଗତକାଲି ମଣିରାମ ବିଲକୁ ତାଙ୍କ ଧାନ ଦେଖିବାକୁ ଯାଇଥିବା ବେଳେ ଧାନର ଅବସ୍ଥା ଦେଖି ସେହିଠାରେ ଟଳି ପଡିଥିଲେ | ସ୍ଥାନୀୟ ଲୋକେ ଓ ପରିବାର ବର୍ଗଙ୍କ ସହାୟତାରୁ ତାଙ୍କୁ ଯାଜପୁର ଜିଲ୍ଲା ଚିକିତ୍ସାଳୟକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ମଣିରାମଙ୍କ ପରିବାର ସମ୍ପୂର୍ଣ ଚାଷ ଉପରେ ନିର୍ଭର କରୁଥିବାରୁ ବର୍ତମାନ ତାଙ୍କ ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡିଛନ୍ତି | ଅନ୍ୟପଟେ ମଣିରାମଙ୍କ ମୃତ୍ୟୁ ହୋଇଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ ତାଙ୍କ ପରିବାର ପାଖରେ ପହଁଚି ନାହାଁନ୍ତି ତେଣୁ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି |
Naxatra News is now on Whatsapp
Join and get latest news update delivered to you via whatsapp
Join Now