ବରଗଡ଼ରେ ଚାଷୀ ଅସନ୍ତୋଷ

ଗତ ନଭେମ୍ବର 20 ତାରିଖରୁ ବରଗଡ଼ ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଟୋକାନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସମସ୍ୟା ହେଉଛି ଯେଉଁ ଚାଷୀ ଧାନ ଅମଳ କରିସାରିଛି ତାଙ୍କ ପାଖକୁ ଟୋକାନ ପହଂଚି ନାହିଁ ଅଥଚ ଯେଉଁ ଚାଷୀଙ୍କ ଧାନ ଅମଳ ହୋଇନାହିଁ ତାଙ୍କ ଟୋକାନ ପହଂଚି ଗଲାଣି । ଏପରିକି ଟୋକନ ରେ ଚାଷୀଙ୍କ ଚାଷଜମି ଅନୁଯାୟୀ ଧାନର ପରିମାଣ କମ ଆସିଥିବା ଦେଖିବାକୁ ମିଳିଛି । ଏପରି ସମସ୍ୟା ଯୋଗୁ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ଖଳାରେ ପଡିରହିଥିବା ବେଳେ ଏହାର ତୁରନ୍ତ ପ୍ରତିକାର ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ ।

ଟୋକନ ବଢାଇଲା ଚାଷୀଙ୍କ ଚିନ୍ତା। ଧାନ ଅମଳ କରିସାରିଥିବା ଚାଷୀଙ୍କୁ ମିଳିନି ଟୋକନ।  ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ।ସୂଚନା ମୁତାବକ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ନଭେମ୍ବର 20 ରୁ ଆରମ୍ଭ ହୋଇଛି ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା । ରାଜ୍ୟ ସରକାର ଟୋକନ ମାଧ୍ୟମରେ ଚାଷୀଙ୍କ ଧାନ କିଣା ବ୍ୟବସ୍ଥା କରିଛନ୍ତି । ମାତ୍ର ଏହି ଟୋକାନ ବ୍ୟବସ୍ଥାକୁ ନେଇ ଏବେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚାଷୀ ମାନେ   ଜୋରସୋରରେ ଧାନ ଅମଳରେ ଲାଗି ପଡିଛନ୍ତି ।ଯେଉଁ ଚାଷୀଙ୍କ ଧାନ ଅମଳ ହୋଇସାରିଛି ସେମାନଙ୍କ ପାଖକୁ ଟୋକନ ଏପର୍ଯ୍ୟନ୍ତ ଆସିନାହିଁ ଅଥଚ ଯାହାର ଧାନ ଅମଳ ହୋଇନାହିଁ ତାଙ୍କର ଟୋକନ ଆସିଲାଣି ଯାହାକୁ ନେଇ ଏବେ ଚାଷୀ ଟେନସନରେ।ବହୁ ଚାଷୀଙ୍କ ଜମି ପରିମାଣ ଟୋକନରେ କମାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।  ବର୍ତ୍ତମାନ ବହୁ ଚାଷୀଙ୍କ ଧାନ ଅମଳ ହୋଇ ଖେତ ଖଳାରେ ପଡ଼ି ରହିଛି । ଏମିତିରେ ଧାନ ଚୋରି ହେବା ଭୟ ଓ ବର୍ଷାର ଭୟ ଲାଗିରହିଛି । ତେଣୁ ଟୋକନ ସମସ୍ୟାର  ସମାଧାନ ଜିଲ୍ଲା ସ୍ତରରେ କରିବାକୁ ଚାଷୀ ଜିଲ୍ଲାପାଳଙ୍କ ପାଖରେ ଗୁହାରି କରିଛନ୍ତି ।

ଟୋକନ ସମସ୍ୟାର ସମାଧାନ ନେଇ ବାରମ୍ବାର ଚାଷୀ ସ୍ଵର ଉତ୍ତୋଳନ କରି ଆସୁଛନ୍ତି । ମାତ୍ର ନା ଶୁଣୁଛନ୍ତି  ସରକାର ନା ଶୁଣୁଛି ଜିଲ୍ଲା ପ୍ରଶାସନ । ଯାହାଫଳରେ ଚାଷୀଙ୍କ ଲକ୍ଷ ଲକ୍ଷ ବସ୍ତା ଧାନ ବିକ୍ରି ନହୋଇ ପଡି ରହିଛି । ଅନ୍ୟପଟେ ରବି ରୁତୁ ଚାଷ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି , ଏପରି ସ୍ଥିତିରେ ଚାଷୀ ତାର ଅମଳ କରିଥିବା ଧାନ କେମିତି ବିକି ଆଉ ଏକ  ଫସଲ ଆରମ୍ଭ କରିବ ସେନେଇ ଚିନ୍ତାରେ।  ତେଣୁ ଯଥାଶୀଘ୍ର ସମସ୍ୟାର  ସମାଧାନ ନ କଲେ ଡିସେମ୍ବର 8 ତାରିଖରେ  ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ସମୟରେ ଚାଷୀ ରାସ୍ତାରେ ଧାନ ରଖି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଏନେଇ ଆମେ ବରଗଡ଼ ଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଟୋକନ ପର୍ଯ୍ୟାୟ କ୍ରମେ ଆସୁଥିବା ଆଉ ଧାନ ବିକ୍ରୟ ଠିକ୍ ଚାଲିଥିବା କହିବା ସହ ଯେଉଁ ଚାଷୀଙ୍କ ସମସ୍ୟା ରହିଛି  ଲିଖିତ ଅଭିଯୋଗ କଲେ ଏହା ଉପରେ ତଦନ୍ତ କରାଯିବା ସହ ସମସ୍ୟାର ସମାଧାନ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

Fvo:ସରକାରଙ୍କ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ଏବେ ଦୋଛକିରେ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଅବା ରାଜ୍ୟ ସରକାର ଏନେଇ କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।ବରଗଡରୁ ଧ୍ରୁବ କର୍ମୀଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *