ଭୁବନ ଥାନା ଅନ୍ତର୍ଗତ ମହୁଲପାଳ ଗ୍ରାମରେ ଜମିଜମା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ତେବେ ଆଜି ସକାଳେ ପୁତୁରା ଟୁକୁନା ସାହୁ ୫୫ ବର୍ଷ ପାନ ଦୋକାନ ଖୋଲିବାକୁ ଯାଉଥିଲେ । ତେବେ ପେଟ୍ରୋଲ ଧରି ଛକି ବସିଥିବା ବଡବାପା ଚୈତନ୍ୟ ସାହୁ । ପୁତୁରା ଉପରେ ପେଟ୍ରୋଲ ଢାଳି ଦିଆସିଲ ମାରି ଜାଳିଦେଲା । ଜିବନ ବଞ୍ଚାଇବାକୁ ପୁତୁରା ଘରକୁ ଦୌଡି ପଳାଇଥିଲେ । ଘରେ ପରିବାର ଲୋକେ ଟୁକୁନା ସାହୁଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ତେବେ ବଡବାପା ଚୈତନ୍ୟ ସାହୁ ପୁତୁରାର ପାନ ଦୋକାନକୁ ମଧ୍ୟ ଜାଳି ଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଭୁବନ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇ ବଡବାପା ଚୈତନ୍ୟକୁ ହେପାଜତକୁ ନେବାକୁ ମହୁଲପାଳ ଗ୍ରାମକୁ ଯାଇଥିଲା । ତେବେ ପୋଲିସ ଭୟରେ ବଡବାପା ଚୈତନ୍ୟ ସାହୁ କିଟନାଷକ ଔଷଧ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଘଟଣାସ୍ଥଳରୁ ଚୈତନ୍ୟ ସାହୁଙ୍କୁ ପୋଲିସ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ପୁତୁରା ଟୁକୁନା ସାହୁ ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now