ଇଲେକ୍ଟ୍ରୋନିକ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ

ବାରିପଦା ସହର ମୁଖ୍ୟ ବଜାର ଏମପିକେ ବାଳିକା ବିଦ୍ୟାଳୟ ସମ୍ମୁଖରେ ଆଜି ସକାଳ ସମୟରେ ଏକ ଇଲେକ୍ଟ୍ରୋନିକ ଦୋକାନରେ ବଡ଼ ଧରଣର ଅଗ୍ନିକାଣ୍ଡ । ଦୋକାନଟି ପାର୍ଶ୍ୱରେଥିବା ଏକ ଛୋଟ ଦୋକାନର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଆଂଶିକ କ୍ଷୟକ୍ଷତି ହୋଇଛି। ଘଟଣା ସ୍ଥଳରେ ଚାରୋଟି ଦମକଳ ଗାଡ଼ି ନିୟୋଜିତ ହୋଇଛି। ସୂଚନା ଅନୁଯାୟୀ ଆଜି ସକାଳ ୬ ଟା ସମୟରେ ବାରିପଦା ମୁଖ୍ୟାବଜାର ସ୍ଥିତ କେକେ ଏଣ୍ଟାର ପ୍ରାଇଜେସ ନାମକ ଦୋକାନରେ କୌଣସି କାରଣ ବଶତଃ ସର୍ଟ ସର୍କିଟ ହେତୁ ଦୋକାନରେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଦୋକାନରୁ ଧୂଆଁ ବାହାରୁ ଥିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ନିଆଁ ର ଭୟାବହ ଏତେ ଥିଲା ଯେ ଅଗ୍ନିଶମ କର୍ମଚାରୀ ନିଆକୁ ଆୟତ୍ତ କରିପାରି ନ ଥିଲେ। ନିଆଁ ଲିଭାଇବା କାର୍ଯ୍ୟରେ ପରେ ଚାରୋଟି ଗାଡ଼ି ନିୟୋଜିତ ହୋଇଥିଲେ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *