ରାତିରେ ସୋଇଥିବା ବେଳେ ଘଟିଲା ଅଘଟଣ। ଶ୍ୱାସରୁଧ ଅବସ୍ଥାରେ ପିଲା ଛୁଆଙ୍କୁ ନେଇ ବାହାରି ଆସିଲେ ପରିବାର ଲୋକେ । ଏମିତି ଏକ ଦୁଖଦଃ ଘଟଣା ଘଟିଛି କନିକା ତହସିଲ ଅଧୀନ ଆରସା ଗ୍ରାମରେ । ଗତକାଲି ରାତି ୨ଟା ୩୦ ସମୟରେ ହାଡ ଭଙ୍ଗା ଶୀତ ରାତିରେ ସାରା ଦୁନିଆ ସୋଇ ପଡ଼ିଥିବା ବେଳେ କୁନି ଛୁଆର ଚିତ୍କାର ଶୁଣି ପରିବାର ଲୋକେ ଉଠିପଡ଼ିଥିଲେ ହଟାତ ଦେଖିଲା ବେଳେକୁ ସୋଇଥିବା ଘର ହୁ ହୁ ହୋଇ ଜଳୁଛି ଏମିତି ଅବସ୍ଥାରେ ପରିବାର ଧରି ଜୀବନ ବିକଳରେ ପଦାକୁ ପଲାଇ ଆସି ଗାଁ ଲୋକଙ୍କୁ ଚିତ୍କାର କରି ଡାକିଥିଲେ । ଗାଁ ଲୋକେ ସ୍ଥାନୀୟ ଅଗ୍ନିଶମ ବାହିନୀ ସହଯୋଗରେ ନିଆଁକୁ ସିନା ଆୟତ ହୋଇଥିଲା । ତେବେ ଏ ହାଡଭଙ୍ଗା ଶୀତରେ ବେ ସାହାରା ହେଲେ ଗରିବ ପରିବାର । ସର୍ବସ୍ୱାନ୍ତ ପରିବାରକୁ ସହାୟତା ପାଇଁ ରାଜ୍ୟସରକାର ଓ ସ୍ଥାନୀୟ ପ୍ରଶାସନଙ୍କୁ ଆକୁଳ ନିବେଦନ କରିଛନ୍ତି ପଡୋଶୀ । ସେପଟେ ନିଆଁ କେମିତି ଲାଗିଲା ତାହା ଅସ୍ପଷ୍ଟ ଥିବା ବେଳେ ଇଲେକ୍ଟ୍ରି କିମ୍ବା କିଏ ନିଆଁ ଲଗାଇଥିବା ନେଇ କୁହାଯାଉଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now