ମାଟି ଖୋଳିଲେ ବାହାରୁଛି ରତ୍ନପଥର । ରତ୍ନପଥର ଖୋଳିବାରେ ଲାଗିପଡିଛନ୍ତି ସମସ୍ତ ଗ୍ରାମବାସୀ । କେଜି ପ୍ରତି ୨୫ଶହ ରୁ ୩ହଜାର ଟଙ୍କା ଦେଇ କିଣି ନେଉଛନ୍ତି ମାଫିଆ । ଏଭଳି ଦୃଶ୍ୟ ବୌଦ୍ଧ ଥାନା ବାଘିଆପଡା ଫାଣ୍ଡି ଅନ୍ତର୍ଗତ ଖୁଣ୍ଟିଆପଡା ଗ୍ରାମ ରେ ଦେଖିବାକୁ ମିଳିଛି । ଗ୍ରାମର ପିଲା ଠୁ ବୁଢା ସଭିଏଁ ଖୋଳିବାରେ ଲାଗି ପଡିଛନ୍ତି । ଅନ୍ୟପଟେ ପଥର ଗୁଡିକ କେଉଁ ପଥର ତାହା ଯାଞ୍ଚ ହେବ ଜରୁରୀ ରହିଥିବା ବେଳେ ଘଟଣା ସ୍ଥଳ ରେ ଏ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ପହଁଚି ନାହାନ୍ତି। ସୂଚନମୁତବକ ଖୁଣ୍ଟିଆପଡା ଗାଁ ରେ ରାସ୍ତା କାମ ଚାଲିଥିବା ବେଳେ ଠିକାଦାର ମାଟି ଖୋଳି ଆଣି ରାସ୍ତା ରେ ପକାଇଥିଲେ । ଆଉ ସେଇ ମାଟି ରେ ଗାଁ ଲୋକ ଦେଖିବାକୁ ପାଇଥିଲେ ରତ୍ନପଥର । ଆଉ ତାପରେ ଆରମ୍ଭ ହୋଇଥିଲା ରତ୍ନପଥର ଖୋଳା । ସମସ୍ତ ଗ୍ରାମବାସୀ ପଥର ଖୋଳିବାରେ ଲାଗି ପଡିଥିବା ବେଳେ ବାହାରୁ ପଥର ମାଫିଆ ଆସି ନେଇ କିଲୋ ପ୍ରତି ୨୫ ଶହ ରୁ ୩ହଜାର ଦେଇ ନେଇଯାଉଛନ୍ତି ପଥର । ଅନ୍ୟପଟେ ତିନିଦିନ ହେଲାଣି ଏଠି ଗ୍ରାମବାସୀ ପଥର ଖୋଳିବାରେ ଲାଗି ପଡ଼ିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now