ରାୟଗଡ଼ା ଜିଲ୍ଲା ଗୁଣୁପୁରରେ ଆଜି ବେଆଇନ କ୍ଲିନିକ୍, ପାଥୋଲ୍ୟାବ ଗୁଡିକ ଉପରେ ଗୁଣୁପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ ଚଢାଉ କରିଛନ୍ତି। ବିଭିନ୍ନ ସମୟରେ ଗୁଣପୁର ଜନସାଧରଙ୍କ ଅଭିଯୋଗ ଆସିବା ପରେ ଆଜି ହଠାତ ଗୁଣପୁର ସହରର ବିଭିନ୍ନ କ୍ଲିନିକ, ପାଥୋଲ୍ୟାବ ପୋଲିସ୍ ସହୟତାରେ ଚଢାଉ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୟାସ୍ଥ୍ୟ ଅଧିକାରୀ, ରାୟଗଡ଼ଙ୍କୁ ତୁରନ୍ତ ଏକ ବୈଷୟିକ ଦଳ ପଠାଇ ସମସ୍ତ କାଗଜ ପତ୍ର ଯାଞ୍ଚ କରିବା ନିମନ୍ତେ ଉପ ଜିଲ୍ଲାପାଳ ଚିଠି ମଧ୍ୟ କରିଛନ୍ତି । ପୁରୁଣା ଗୁଣୁପୁର, ବାଇ ପାସ ରୋଡ଼, ପୁରୁଣା ବସ ଷ୍ଟାଣ୍ଡ, ବାଳିକା ଉଚ୍ଚ ବିଦ୍ୟାଳୟ ଛକ ଆଦି ଠାରେ ଥିବା ଏମ୍ ଏମ୍ ମେଡିକସ କ୍ଲିନିକ୍ , ଅମୂଲ୍ୟ ଭାରତ, ଜଶେଫ ଶବର, ଅନନ୍ତ ଦାସ, ଆମ୍ମା କ୍ଲିନିକ, ରାଧିକା ଡକ୍ଟର ଚାମ୍ବର ଭଳି ବିଭିନ୍ନ କ୍ଲିନିକ, ପାଥୋଲ୍ୟାବ ଉପରେ ଚଢାଉ ହୋଇଥିଲା। କିଛି କ୍ଲିନିକରେ ରୋଗୀ ଥିବା ଦେଖି ସେମାନଙ୍କୁ ତୁରନ୍ତ ଗୁଣପୁର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିବା ନିମନ୍ତେ ଉପଖଣ୍ଡ ଚିକିତ୍ସା ତଥା ଜନସ୍ୟାସ୍ଥ୍ୟ ଅଧିକାରୀଙ୍କୁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଓ ସେହି କ୍ଲିନିକ ଗୁଡିକୁ ଚାବି ପକେଇବା ସହ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଆଦର୍ଶ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବେଆଇନ କ୍ଲିନିକ୍ ଗୁଡିକ, ଅନଭିଜ୍ଞ କ୍ବାକ୍ ମାନେ ଖୋଲି ବିଭିନ୍ନ ରୋଗର ନିରାକରଣ ପାଇଁ ଚିକିତ୍ସା କରୁଛନ୍ତି। ବ୍ୟାପକ ମାତ୍ରାରେ ଅର୍ଥ ଶୋଷଣ କରୁଥିବା ସହ ଦୀର୍ଘ ଦିନ ଧରି ଏଭଳି ନିରିହ ରୋଗିଙ୍କ ଚିକିତ୍ସା କରି ଭୁଲ୍ ଚିକିତ୍ସା କରିଆସୁଥିବା ଅଭିଯୋଗ ହୋଇ ଆସୁଥିଲା। ଆଜି ପ୍ରଶାସନ ଚଢାଉ କରିବା ପରେ ଅନ୍ୟ ମାନଙ୍କ ମଧ୍ୟରେ ଛନକା ପଶିଯାଇଛି। ଗୁଣୁପୁର ଉପଖଣ୍ଡ ର ବିଭିନ୍ନ ସ୍ଥାନରେ ଆଗକୁ ଚଢାଉ ଜାରି ରହିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଯୁବ ଆଇଏଏସ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପ୍।
Naxatra News is now on Whatsapp
Join and get latest news update delivered to you via whatsapp
Join Now