ପ୍ରକୃତି ବଡ଼ ବିଚିତ୍ର । ସୁସୁ ଗର୍ଜନ ହଠାତ ମାଡ଼ି ଆସିଲା ଝରଣା ପାଣି । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ଶୈବପୀଠ ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର ପାପନାଶିନୀ ଝରଣାରେ ଅପ୍ରତ୍ୟାଶିତ ଭାବରେ ପାଣି ମାଡି ଆସିଥିଲା । ପାଣି ମାଡ଼ି ଆସିବାରୁ ଝରଣାରେ ଗାଧୋଉଥିବା ପର୍ଯ୍ୟଟକ ଉପରିସ୍ଥ ଅଞ୍ଚଳକୁ ପ୍ରାଣ ବିକଳରେ ପଳାଇ ଆସିଲେ । ଏପରିକି ଝରଣା ଉଛୁଳି ହନୁମାନ ମୂର୍ତ୍ତି ପଟୁ ନୂଆ ଭୋଗ ମଣ୍ଡପ ସମ୍ମୁଖ ଦେଇ ପାଣି ବହିଥିଲା । ସୌଭାଗ୍ୟବଶତଃ କାହାର କିଛି କ୍ଷତି ହୋଇନାହିଁ । ଅଳ୍ପ ସମୟ ପରେ ପୁଣି ଝରଣା ସ୍ବାଭାବିକ ହୋଇଥିବା ବେଳେ ଝରଣା ଉଛୁଳା ଭିଡିଓ ଏବେ ଭାଇରାଲ ହେଉଛି। ପାହାଡ ଉପରେ ପ୍ରବଳ ବର୍ଷା ଫଳରେ ଏଭଳି ହୋଇଥୂବା ଅନୁମାନ କରାଯାଉଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now