ଖୁବଶୀଘ୍ର ଭକ୍ତଙ୍କ ଲାଗି ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର

ଖୁବ ଶୀଘ୍ର ଭକ୍ତ ଙ୍କ ଲାଗି ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର । ଆଜି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଏବଂ ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ମନେ ଶ୍ରୀ ଗୁଣ୍ଡିଚା ମନ୍ଦିର ମରାମତି କାର୍ଯ୍ୟ ଅନୁଧ୍ୟାନ କରିଥିଲେ । କରୋନା ଠାରୁ ଭକ୍ତ ଲାଗି ମହାପ୍ରଭୁ ଙ୍କ ଜନ୍ମବେଦୀ ତଥା ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ଭକ୍ତ ପ୍ରବେଶ ଉପରେ ଲାଗିଥିଲା କଟକଣା । ପରବର୍ତୀ ସମୟ ରେ ଶ୍ରୀ ଗୁଣ୍ଡିଚା ମନ୍ଦିର ର ମରାମତି କାର୍ଯ୍ୟ ନାଟ ମଣ୍ଡପ ରେ ଵିମ ମରାମତି ସହ ଆନନ୍ଦ ବଜାର ରେ ମରାମତି କାର୍ଯ୍ୟ ସହ ନାକଚଣା ଦ୍ଵାର ରେ ନୂତନ ପଥର ପକାଯାଇ ସୁନ୍ଦର ଭାବେ ମରାମତି କରାଯାଇଛି l ବର୍ତମାନ ସୁଦ୍ଧା ଅଳ୍ପ କିଛି ମରାମତି କାର୍ଯ୍ୟ ଚାଲିଥିବା ବେଳେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପୁରୀ ଜିଲ୍ଲାପାଳ ମରାମତି କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଶ୍ରୀ ଗୁଣ୍ଡିଚା ମନ୍ଦିର ର ମରାମତି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟ ରେ ପହଞ୍ଚି ଥିବାବେଳେ ଏହା ସମ୍ପୂର୍ଣ ହେଲେ ଭକ୍ତ ଙ୍କୁ ପ୍ରବେଶ ର ଅନୁମତି ଦିଆଯିବ । ଦୀର୍ଘ ଦିନ ହେବ ମହାପ୍ରଭୁ ଶ୍ରୀ ଗୁଣ୍ଡିଚା ମନ୍ଦିର ବନ୍ଦ ଥିବା ହେତୁ ଭକ୍ତ ମନେ ରଥଯାତ୍ରା ବ୍ୟବତୀ ଅନ୍ୟ ସମୟ ରେ ଦର୍ଶନ ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଆଜି ସମସ୍ତ ମରାମତି କାର୍ଯ୍ୟ କୁ ଅନୁଧ୍ୟାନ କରାଯାଇଥିବା ବେଳେ ଖୁବଶୀଘ୍ର ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ଭକ୍ତ ଙ୍କ ଲାଗି ଖୋଲାଯିବ ବୋଲି କହିଛନ୍ତି ବରିଷ୍ଠ ସେବାୟତ ତଥା ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁସୂଦନ ସିଂହାରି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *