ସଂଦୀପ୍ତଙ୍କ ପାଇଁ ଅର୍ଥ ସାଜିଛି ବାଧକ

କୋଭିଡ ବଦଳାଇ ଦେଲା ଯୁବ ସାମ୍ବାଦିକ ସଂଦୀପ୍ତଙ୍କ ଜୀବନ ର ଗତୀପଥ। ଦିନେ ଯେ ଗରିବ ଅସହାୟଙ୍କ ସ୍ୱର ପାଲଟିଥିଲା ଆଜି ସେ ଶଯ୍ୟାଶାୟୀ। ଯାଜପୁର ବ୍ଲକ ଭୁବନେଶ୍ୱରପୁର ପଂଚାୟତ ର କଳସଢ଼ି ଗ୍ରାମର ସଂଦୀପ୍ତ ରାୟ ଏବେ କିଡନୀ ଜନିତ ରୋଗ ରେ ପୀଡିତଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। କୋଭିଡ ସମୟରେ ଜନତାଙ୍କ ସ୍ୱର ପାଲଟି ଅନେକ ଲୋକଙ୍କୁ ସହାୟତା କରି ନିଜେ କୋଭିଡ ରୋଗରେ ଆକ୍ରାନ୍ତ ହୋଇଥିଲେ। ଦୀର୍ଘ ଏକ ମାସ ଧରି କଟକ ଏସସିବି ମେଡିକାଲରେ ଚିକିତ୍ସା ହେବାପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ସଂଦୀପ୍ତ । କୋଭିଡରୁ ସିନା ମୁକ୍ତି ପାଇଲେ ମାତ୍ର ଏହି ଦିନ ଠାରୁ ଆରମ୍ଭ ହୋଇଥିଲା ସଂଦୀପ୍ତଙ୍କ କିଡନୀ ଜନିତ ରୋଗ। ଜୀବନ ସହ ସଂଗ୍ରାମ କରି ଆଜି ସେ ଦୁଇଟିଯାକ କିଡନୀ ହରାଇଛନ୍ତି। ଏବେ ତାଙ୍କର ଡାଏଲିସିସ ଚାଲିଥିବା ବେଳେ ଖୁବ ଶୀଘ୍ର କିଡନୀ ପ୍ରତିରୋପଣ କରିବାକୁ ଡାକ୍ତର କହିଛନ୍ତି। କିଡନୀ ପ୍ରତିରୋପଣ ପାଇଁ ପତ୍ନୀ ଏକ କିଡନୀ ଦାନ କରିବା ପାଇଁ ଚାହୁଁ ଥିଲେ ମଧ୍ୟ ବ୍ଲଡ଼ ଗ୍ରୁପ ମ୍ୟାଚ କରିନାହିଁ। ବାପାଙ୍କ ବୟସାଧିକ ଓ ମାଙ୍କ ନିକଟରେ ହୃତଘାତ ହୋଇ ଷ୍ଟେଣ୍ଟ ଲାଗିଥିବାରୁ ସେ ମଧ୍ୟ ଦାନ କରିପାରିବେ ନାହିଁ। ଏଭଳି ସମୟରେ କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ସଂଦୀପ୍ତଙ୍କ ପରିବାର ଲୋକେ l

ଦୀର୍ଘ ୫ବର୍ଷ ହେଲା ସଂଦୀପ୍ତ ଏଭଳି କିଡନୀ ଜନିତ ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସଂଗ୍ରାମ ଚାଲିଛି ହେଲେ କର୍ମ କ୍ଷେତ୍ରରେ ହାରି ନାହାନ୍ତି ସଂଦୀପ୍ତ। ରୋଗରେ ଆକ୍ରାନ୍ତ ଥାଇ ମଧ୍ୟ ଗରିବ ଅସହାୟଙ୍କ ଅନେକ ଖବର ପରିବେଷଣ କରି ଜନତାଙ୍କ ସ୍ୱର ପଲଟିଛନ୍ତି। ସଂଦୀପ୍ତଙ୍କ ପରିବାର କହିଲେ ତାଙ୍କ କୁନିକୁନି ପୁଅ ଝିଅ ପତ୍ନୀ ଓ ଅବସରପ୍ରାପ୍ତ ଶିକ୍ଷକ ବାପା ଓ ମା। ଏଭଳି ସମୟରେ ମଧ୍ୟ ସେ ଚିକିତ୍ସା ପାଇଁ ଯାହା କିଛି ଆର୍ଥିକ ସମ୍ବଳ ଥିଲା ତାହା ସମୁଦ୍ରେକୁ ଶଙ୍ଖେ ସଦୃଶ। ଏମିତି ସମୟରେ ଘର ଚଳିବା ବି ମୁସ୍କିଲ ହୋଇପଡିଛି । ଦୀର୍ଘ ଦିନ ହେବ ଚିକିତ୍ସିତ ହେଉ ଥିବାରୁ ଅନେକ ଅର୍ଥ ଖର୍ଚ୍ଚ ହୋଇ ସାରିଲାଣି । କିଡନୀ ପ୍ରତିରୋପଣ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି। ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ସଙ୍ଘ ଓ ଅନୁଷ୍ଠାନ ପକ୍ଷରୁ ମଧ୍ୟ ସାହାଯ୍ୟ ହାତ ବଢ଼ାଇବା ଆରମ୍ଭ ହେଲାଣି। ମାତ୍ର ପ୍ରତିରୋପଣ ଓ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅର୍ଥର ଆବଶ୍ୟକତା ରହିଛି। ଏଭଳି ପରିସ୍ଥିତି ରେ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ଏକାନ୍ତ ଆବଶ୍ୟକ। ସେପଟେ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ଚିକିତ୍ସା ସହାୟତା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *