କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିବା ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ ଙ୍କୁ ଗତ ଶନିବାର ଅପରାହ୍ନ ସମୟରେ କୋକସରା ଗ୍ରାମର ଯୁବକ ଓ ତାର ୪ ଜଣ ସହଯୋଗୀ ଯୁବକ ବ୍ଲକ ପରିସରରେ ଥିବା ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କ କ୍ବାଟର ରେ ପହଞ୍ଚି ନାନା ପ୍ରକାର ଗାଳିଗୁଲଜ କରିବା ସହ ମରଣାନ୍ତକ ଆକ୍ରମଣ କରି କ୍ବାଟର ରେ ଥିବା ଆସବାବପତ୍ର ଲାପଟପ ଓ ସରକାରୀ କାଗଜପତ୍ର ଚିରିବା,ଫିଙ୍ଗିବା ପରେ ଛୁରୀ ରେ ଆକ୍ରମଣ କରିବା କୁ ଉଦ୍ୟମ ହେବାରୁ ସହକାରୀ ଯନ୍ତ୍ରୀ ନିକଟ ରେ ଥିବା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ କ୍ବାଟର କୁ ଜୀବନ ବିକଳ ରେ ଦୌଡ଼ି ପଳେଇ ଯାଇଥଲେ। ତେବେ ଆକ୍ରମଣ କାରୀ ଯୁବକ ମାନେ ବିଡ଼ିଓ ଙ୍କ କ୍ବାଟର ରେ ପଶି ଯନ୍ତ୍ରି କୁ ମାଡ଼ ମାରିବା ଅଭିଯୋଗ ହୋଇଛି। ବିଡ଼ିଓ ଓ ଅନ୍ୟ ଜଣେ କନିଷ୍ଠ ଯନ୍ତ୍ରୀ କିର୍ତ୍ତି ବେହେରା ପ୍ରତିରୋଧ କରିବାରୁ ଚାଲି ଯାଇଥିଲେ। ସୋମବାର ଏନେଇ ବ୍ଲକ ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରଧାନ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଓ ବ୍ଲକ ର ଅନ୍ୟ ଅଧିକାରୀ ଓ କର୍ମଚାରୀ ଙ୍କ ସହ ଆଲୋଚନା କରିବା ପରେ ବ୍ଲକ ରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ବିଡ଼ିଓ ଙ୍କ ନେତୃତ୍ୱରେ ବ୍ଲକ ରୁ ଚାଲି ଚାଲି ଆସି କୋକସରା ପୁଲିସ ଥାନା ରେ ପହଞ୍ଚି ଆକ୍ରମଣ କରିଥିବା ସନ୍ତୋଷ ନାଏକ ଓ ୪ ସହଯୋଗୀ ଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହ ଅଭିଯୁକ୍ତ ଙ୍କୁ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏନେଇ ଆକ୍ରମଣକାରୀ ଙ୍କ ତରଫରୁ ମଧ୍ୟ ଥାନାରେ ପାଲଟା ଅଭିଯୋଗ ହୋଇଛି। ଏନେଇ ପୋଲିସ ର ପ୍ରତିକ୍ରିୟା ମିଳିପାରିନାହିଁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now