ଆଉ ଦିନ କେଇଟା ପରେ ଆରମ୍ଭ ହେବ ଯାଜପୁରର ଗଣପର୍ବ କାଳୀପୂଜା ଓ ଲକ୍ଷ୍ମୀ ନାରାୟଣ ପୂଜା । ଏଥିପାଇଁ ପ୍ରତ୍ୟେକ ପୂଜା ମଣ୍ଡପ ହୋଇଉଠିଛି ଚଳଚଂଚଳ । ମୃଣ୍ମୟୀ ମୂର୍ତିରେ ଶେଷ ସ୍ପର୍ଷ ଦେବାରେ ବ୍ୟସ୍ତ କାରିଗର । ସୁଉଚ୍ଚ ତୋରଣ ଓ ଆଲୋକ ସଜା ପାଇଁ ଜିଲ୍ଳା ଓ ଜିଲ୍ଳା ବାହାରର କାରିଗର ମାନେ ଲାଗିପଡିଛନ୍ତି । କାଳୀପୂଜା ଓ ଲକ୍ଷ୍ମୀ ନାରାୟଣ ପୂଜା କୁ ଶାନ୍ତିଶୃଙ୍ଖଳାରେ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ପୂଜା କମିଟି ମାନଙ୍କ ସହିତ ବୈଠକ ସରିଛି । ଚଳିତ ବର୍ଷ ଭସାଣ ଉତ୍ସବ ଦୁଇ ଦିନ ଧରି ହେବାକୁ ଥିବା ବେଳେ ଶବ୍ଦ ପ୍ରଦୁଷଣକୁ ରୋକିବା ପାଇଁ କଡା ନିର୍ଦ୍ଧେଶ ଜାରି କରିଛି ପ୍ରଶାସନ ।
ଯାଜପୁରର ଗଣପର୍ବ କାଳୀପୂଜା ଓ ଲକ୍ଷ୍ମୀ ନାରାୟଣ ପୂଜା ପାଇଁ ସମଗ୍ର ସହର ଚଳଚଂଚଳ । ପ୍ରତ୍ୟେକ ପୂଜା ମଣ୍ଡପ ରେ ଚାଲିଛି ପ୍ରସ୍ତୁତି । ମୃଣ୍ମୟୀ ମୂର୍ତିରେ ଶେଷ ସ୍ପର୍ଷ ଦେବାରେ ବ୍ୟସ୍ତ କାରିଗର । ପୂଜା ମଣ୍ଡପ କୁ ଆକର୍ଷଣୀୟ ଭାବେ ସଜାଇବା ପାଇଁ ଲାଗିପଡିଛନ୍ତି ବିଭିନ୍ନ କାରିଗର । ସହରର ୫୫ ରୁ ଉର୍ଦ୍ଧ ପୂଜା ମଣ୍ଡପରେ ପୂଜା ପାଇବେ ମା କାଳୀ ଏବଂ ଲକ୍ଷ୍ମୀନାରାୟଣ । ଆସନ୍ତା ୧୯ ତାରିଖରୁ ପୂଜା ମଣ୍ଡପରେ ପୂଜା ପାଇବେ ଲକ୍ଷ୍ମୀନାରାୟଣ ଏବଂ ୨୦ ତାରିଖରୁ ପୂଜା ପାଇବେ ମା କାଳୀ । ସହର ସାରା ଚାଲିଛି ମାଙ୍କ ଆଗମନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି । ପୂର୍ବ ବର୍ଷ ଭଳି ୧୪୨କିଲୋ ରୂପା ରେ ସଜିତ ହେଉଛି ଆଦ୍ୟ ଗରୁଡକାଳି ମଣ୍ଡପ। ନାରାୟଣ ଛକ ପୂଜା କମିଟି ତାର ୫୦ ବର୍ଷ ପୂତ୍ତି ଉଶ୍ଚବ ପାଳନ ପାଇଁ କରୁଛି ସ୍ଵତନ୍ତ୍ର ପ୍ରସ୍ତୁତି ।
ସହରର ଆଦ୍ୟ ଗରୁଡକାଳି ମଣ୍ଡପ, ହାବେଳିବଜାର, ବଡବଜାର, ହରପାର୍ବତିଛକ, ମାନସାପୋଲ, ସାନବଜାର, ନାରାୟଣଛକ, ଶିତଳେଶ୍ୱର ଛକ, ଗରିଆପୁର, କିଆନାଳିଛକ, ଗୋପାଳି ଛକ, ମହାବିର ଛକ, କଲେଜ ଛକ, ବିରଜାହାଟ, ଯୋଡିକୂଅ, ଲଳିତେଶ୍ୱର ଆଦି ପୂଜା ମଣ୍ଡପ ରେ ମା କାଳୀ ଓ ଲକ୍ଷ୍ମୀ ନାରାୟଣ ଙ୍କ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । କାଳୀପୂଜା ଓ ମେଳା ଉପଭୋଗ କରିବାକୁ ପ୍ରତ୍ୟେକ ସଂଧ୍ୟାରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏହି ପୂଜାକୁ ଉପଭୋଗ କରିବା ପାଇଁ ସହର ବାସୀ ଅପେକ୍ଷା କରି ରହିଛନ୍ତି । ସେପଟେ ପୂଜାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ଜିଲା ପ୍ରଶାସନ ଓ ଯାଜପୁର ପୋଲିସ ପକ୍ଷରୁ ପୂଜା କମିଟି ସହିତ ଦୁଇ ଥର ବୈଠକ ସରିଛି । ଶବ୍ଦ ପ୍ରଦ୍ୟୁଷଣକୁ ରୋକିବା, ମଦ୍ୟପ ଓ ଅସାମାଜିକ ବ୍ୟକ୍ତିଙ୍କୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।
ଚଳିତ ବର୍ଷ ଆସନ୍ତା ୨୮ ଓ ୨୯ ତାରିଖ ଦିନ ଭସାଣ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଡିଜେ ମୁକ୍ତ ଓ ନିଶାମୁକ୍ତ ଶାନ୍ତିପୂର୍ଣ୍ଣ ଭସାଣୀ ପାଇଁ ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ଆହ୍ନାନ କରାଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now