ପୁରୀରେ କିସ୍ ର ଜମି କେଳେଙ୍କାରୀ

ଭୁବନେଶ୍ୱର ପରେ ପୁରୀରେ କିସ୍ ର ଜମି କେଳେଙ୍କାରି ଅଭିଯୋଗ ଆଣିଛି ଆମ୍ ଆଦ୍‌ମୀ ପାର୍ଟି । ପୁରୀ ବେଲଦଳ, ଖାତିୟାନ ନମ୍ୱର୍ ୪୩୩ , ନୂଆ ନଈ ନଦୀପଠା ରେ ୧୫ ଏକର ପତିତ କିସମ ଜମି  କିସ୍ ନାମରେ ପୂର୍ବ ବିଜେଡି ସରକାର ସମୟରେ ସ୍ଥାୟୀ ହୋଇଛି । ଯୋଉଠି ବେଦାନ୍ତ କୁ ସର୍ବୋଚ୍ଚ ନ୍ୟାୟାଳୟ ରୁ ସୁପ୍ରିମ ଛାଟ ଲାଗି ବେଲଦଳ ର ଏକର ଏକର ଜମି କିଣା କୁ ବେନିୟମ ଦର୍ଶାଇଛନ୍ତି । ସେହି ସମୟରେ କୌଭଳି ଭାବେ କିସ୍ କୁ ଏତେ ଗୁଡ଼ାଏ ଜମି ମିଳିଲା ପ୍ରଶ୍ନ କରୁଛନ୍ତି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସଞ୍ଜୀବ କୁମାର ମହାନ୍ତି । କିସ୍ ଏକ ଶିକ୍ଷାନୁଷ୍ଠାନ ସେ ଏହି ପତିତ କିସମ ଜମିକୁ କୋଉ କାର୍ଯ୍ୟରେ ଲଗେଇବ, ସେଠି କଣ କିସ୍ ଚାଷ କରିବ ! ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଯୁକ୍ତ ମହାନ୍ତି । ତାକୁ ଦେଖି ପୁରୀର ଏକ ବିଶିଷ୍ଟ ଶିଳ୍ପପତି ମଧ୍ୟ ଏକର ଏକର ନଦୀ ପଠା ଜମି ନିଜ ନାମରେ ସ୍ଥାୟୀ କରି ସେଠାରେ ନିର୍ମାଣ କାର୍ଯ୍ୟ ଚାଲୁ ରଖିଛନ୍ତି । ଜଙ୍ଗଲ ଜମି ଆଉ ନଦୀ ପଠା ଜମି ଏତେ ପରିମାଣରେ  କୋଉ ଆଧାରରେ ଦିଆଗଲା ଏହା ଏକ ସନ୍ଦେହଜନକ ବିଷୟ ।  ପୁରୀର ଏହି ଜମି କେଳେଙ୍କାରୀ ଯେଉଁ ସରକାରୀ ଅଧିକାରୀ ସାମିଲ ଥିବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଏବଂ ଏହା ଉପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟୀକରଣ ଦିଅନ୍ତୁ ନହେଲେ ଆମ୍ ଆଦ୍‌ମୀ ପାର୍ଟି ଆଇନ୍ ର ଦ୍ବାରସ୍ଥ ହେବ ବୋଲି  ମହାନ୍ତି କହିଛନ୍ତି ।

ଆଜିର ପ୍ରେସ ବିଜ୍ଞପ୍ତିରେ ଜିଲ୍ଲା ସଭାପତି  ସଞ୍ଜୀବ କୁମାର ମହାନ୍ତି , ଜିଲ୍ଲା ସମ୍ପାଦକ ସତ୍ୟଜିତ ମହାନ୍ତି , ରମେଶ ଚନ୍ଦ୍ର ମହାନ୍ତି ଏବଂ ରମାକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *