ପବିତ୍ର ମହାଶିବରାତ୍ରି ରେ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ଭୋର ୬ଟାରେ ଉଠିଲା ମହାଦୀପ । ଶ୍ରୀଲୋକନାଥ ଦେବଙ୍କ ରୀତି, ନୀତି, ହରିହର ଭେଟ, ମହାଦୀପ ତଥା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ନୀତି କାନ୍ତି ସୁରୁଖୁରୁରେ ହୋଇଛି। ନୀତି ନୀର୍ଘଣ୍ଟ ଅନୁଯାୟୀ ରାତି ୧୨ଟା ୫ରୁ ଦ୍ବାରଫିଟା ନୀତି ପରେ ମଙ୍ଗଳା ଆଳତୀ, ମଇଲମ ପରେ ରାତ୍ର ୩ଟାରୁ ସର୍ବସାଧାରଣ ଦର୍ଶନ,ପରେ ଅବକାଶ, ସୂର୍ଯ୍ୟପୂଜା ଅନୁଷ୍ଠିତ ହୋଇ ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥିଲା। ତେବେ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲିଥିଲା ।ଆଉ ରାତି ୧୦ଟା ରୁ ୨ଟା ପର୍ଯ୍ୟନ୍ତ ବିଭିନ୍ନ ନୀତି, ହରିହର ପୂଜା, ଭୋଗ ସମ୍ପନ୍ନ, ବଡ଼ସିଂହାର ବେଶ ସହ ମହାଦୀପ ଉଠିଥିଲା।
ପ୍ରାୟ ୪ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତ ବାବା ଲୋକନାଥଙ୍କ ଚଳନ୍ତି ପ୍ରତିମା ର ସାନିଧ୍ୟ ନେଇଥିବା ବେଳେ ଜିଲ୍ଲା, ପୋଲିସ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ଜାଗର ପଦାରେ ଦୀପ ଜାଳିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

Naxatra News is now on Whatsapp
Join and get latest news update delivered to you via whatsapp
Join Now