ଶ୍ରୀମନ୍ଦିରର ଐତିହ୍ୟ କୀର୍ତିରାଜି କୁ ଭଙ୍ଗା ଯାଇଥିବାରୁ ଏବେ ବିଭିନ୍ନ ମହଲ ରୁ ଅସନ୍ତୋଷ ଦେଖିବାକୁ ମିଳିଛି I ଶ୍ରୀ ମନ୍ଦିର ଉତ୍ତରଦ୍ଵାର ପାର୍ଶ୍ବରେ ଥିବା ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ସ୍ମାରକୀ ପାଦପଦ୍ମସ୍ଥଳୀକୁ ଭାଙ୍ଗି ଦିଆଯାଇଛି ଯାହାକୁ ନେଇ ସେବାୟତ ଓ ଭକ୍ତ ଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ। ଦିବ୍ୟାଙ୍ଗ ଭକ୍ତଙ୍କ ସୁବିଧାରେ ଦର୍ଶନ ନିମନ୍ତେ ଶ୍ରୀ ମନ୍ଦିର ଉତ୍ତର ଦ୍ଵାର ଠାରେ ରାମ୍ପ ଏବଂ ଶିଡ଼ି ନିର୍ମାଣ ଚାଲିଛି। ଏଥିପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ପାଦପଦ୍ମସ୍ଥଳୀକୁ ଭାଙ୍ଗି ଦିଆଯାଇଛି। ପରିଚାଳନା କମିଟି ନ ଥିବା ଏବଂ ଛତିଶା ନିଯୋଗରେ କୌଣସି ଆଲୋଚନା ହୋଇ ନଥିବା ବେଳେ କିଭଳି ଏହାକୁ ଭାଙ୍ଗି ଦିଆଗଲା, ତାକୁ ନେଇ ପ୍ରଶ୍ନ କରିଛନ୍ତି ବରିଷ୍ଠ ସେବାୟତ । ଐତିହ୍ୟ ନଷ୍ଟ କରିବା ସହ ନବକଳେବର ସମୟରେ ଦାରୁ ଶଗଡ଼ି ଯାତାୟାତରେ ସମସ୍ୟା ତଥା ଶାସ୍ତ୍ରୀୟ ବିଧୂବିଧାନର ବ୍ୟବସ୍ଥାକୁ ଭଙ୍ଗାଯିବା ଦୁର୍ଭାଗ୍ୟ ଓ ନିନ୍ଦନୀୟ ବୋଲି ସେବାୟତ କହିଛନ୍ତି। ଏହାସହ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଛି। ଶ୍ରୀମନ୍ଦିର ସଂସ୍କୃତି, ପରମ୍ପରା ବେଶ୍ ଐତିହାସିକ ଓ ପ୍ରାଚୀନ I ତେଣୁ ମହାପ୍ରଭୁଙ୍କ ପ୍ରତି ଗଭୀର ଭକ୍ତି ଓ ବିଶ୍ୱାସ ରଖ୍ ଭକ୍ତମାନେ ଛୁଟି ଆସନ୍ତି ଶ୍ରୀମନ୍ଦିର। ମରାମତି ନାମ ରେ ପ୍ରାଚୀନ କୀର୍ତିରାଜି କୁ ଭାଙ୍ଗିବା ତାହା ଠିକ ନୁହେଁ ବୋଲି ସେବାୟତ ମାନେ କହିଛନ୍ତି l ଦିବ୍ୟାଙ୍ଗ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରଜୁଥିବା ବେଳେ ସେଠାରେ ଥିବା ପ୍ରାଚୀନ କୀର୍ତିରାଜି କୁ ଆଲୋଚନା କରାଯାଇ ଉଚିତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି l

Naxatra News is now on Whatsapp
Join and get latest news update delivered to you via whatsapp
Join Now