ମହାରାଜା ବସ୍ତି ସାଜିଛି ଆରଟିଓ ଦଲାଲ ଙ୍କ ପେଣ୍ଠସ୍ଥଳୀ ।ମାଡ଼ିବସିଛନ୍ତି ଆରଟିଓ ଗଳିକୁ ଦୁଇଟି ଲାପଟପ ଗୋଟେ ପ୍ରିଣ୍ଟର ଦଲାଲି ଆରମ୍ଭ ।ଵିଏମସି ଭାଙ୍ଗିବା କିଛିଦିନ ପରେ ଗଢି ତୋଳୁଛନ୍ତି ପୁଣି ଦଲାଲି କରିବାକୁ ଦୋକାନ । କାହିଁକି କରାଯାଉନାହିଁ ଦଲାଲ ଙ୍କ ଦୋକାନ ମାନଙ୍କ ପାଇଁ ବିଏନଏସ ୧୬୩ ଧାରା ? ଆରଟିଓ ପଛରେ ରହିଥିବା ମହାରାଜା ବସ୍ତିରେ ରହୁଛନ୍ତି ଏକାଧିକ ବାରମ୍ବାର ଜେଲ ଯାଇଥିବା ଆରଟିଓ ଦଲାଲ । ଯେତେଥର ଆରଟିଓ ଗଳିରେ ଵିଏମସି ଜବରଦଖଲ କରିଥିବା ଦଲାଲ ଙ୍କ ଦୋକାନ କୁ ଉଛେଦ କଲେବି ପୁଣି ଗଢ଼ିତୋଳୁଛନ୍ତି ଦୋକାନ । ବେସିନାହିଁ ଗୋଟେ ରୁ ଦୁଇଟି ଲାପଟପ ଓ ଗୋଟେ ପ୍ରିଣ୍ଟର ବାସ ଦଲାଲ ଙ୍କ ଦୋକାନ ଆରମ୍ଭ କେତେଯେ ନିରୀହ ଲୋକଙ୍କୁ ଠକୁଛନ୍ତି ଥାହରା କିଛିବି ହିସାବ ରଖିହେଉନାହିଁ । ଯେହେତୁକି ଆରଟିଓ ପଛପଟେ ହେଉଥିବାରୁ ବସ୍ତି ଯେକେହି ଅଭିଯୋଗ କଲା ତାକୁ ଦଳବଳ ନେଇ ନିସ୍ତୁକ ମାଡ଼ହେଲା ଫଳରେ କେହି ସେଠାରେ ଅଭିଯୋଗ କରିବା ଦୂରର କଥା ମୁହଁ ମଧ୍ୟ୍ୟ ଖୋଲୁନାହାନ୍ତି । ଯେଉଁଥିପାଇଁ ମହାରାଜା ବସ୍ତିରେ ରହୁଥିବା ଦଲାଲ ଙ୍କର ରୋବାବ ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଛି ବୋଲି ଅଭିଯୋଗ କାରୀଙ୍କ ମଧ୍ୟ୍ୟ ରେ ଚର୍ଚ୍ଚା ଜୋରଧରିଛି । ତେବେ ଅଭ୍ୟାସ ଗତ ଦଲାଲ ଙ୍କୁ କିଏ ସୁରକ୍ଷା ଦେଉଛି ଓ କାହାସାହସରେ ବାରମ୍ବାର ଜେଲରୁ ଫେରିବା ପରେ ମଧ୍ୟ୍ୟ ଏଭଳି ଦଲାଲି କରୁଛନ୍ତି ତାହା ପ୍ରଶ୍ନ ଘେରରେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now