ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ ବୃଦ୍ଧି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ୧ ବର୍ଷ ପାଇଁ ବଢିଲା। କ୍ୟାବିନେଟ ନିଯୁକ୍ତି କମିଟି ସିଏସଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। ଡିସେମ୍ୱର ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିଲା, ମାତ୍ର ଏହାକୁ ବୃଦ୍ଧି କରାଯାଇଛି। ୧୯୯୦ ବ୍ୟାଚ ଓଡିଶା କ୍ୟାଡେଟ ଆଇଏଏସ ଅଫିସର ୨୦୨୪ ଜୁନ ୨୯ରେ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ଦେଇଥିଲେ। ପୂର୍ବରୁ ଥିବା ପ୍ରଦୀପ ଜେନାଙ୍କ ପରେ ଦାୟିତ୍ୱ ଗ୍ରହଣ କରିଥିଲେ ମନୋଜ ଆହୁଜା। ସେ ଓଡିଶାର ୪୬ ତମ ମୁଖ୍ୟ ଶାସନ ସଚିବ ହୋଇଥିଲେ। ତେବେ ୧୮ ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଆସନ୍ତା ଜାନୁଆରୀ ୮ରୁ ୧୦ ଯାଏ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବ। ଏହାସହ ଜାନୁଆରୀ ୨୮ରୁ ୨୯ ଉତ୍କର୍ସ ଓଡିଶା ସମ୍ମିଳନୀ ଅନୁଷ୍ଠିତ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now