ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡିକାଲରୁ ସାମ୍ନାକୁ ଆସିଛି ସଙ୍ଗିନ ଦୃଶ୍ୟ। ମୋବାଇଲ ଟର୍ଚ୍ଚରେ ଚାଲିଛି ଡାଏଲିସିସ ରୋଗୀଙ୍କ ରୋଗୀ ସେବା। ଗୋଟିଏ କିମ୍ବା ଦୁଇ ମିନିଟ ନୁହେଁ ବରଂ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରୋଗୀଙ୍କ ସେବା କରାଯାଉଥିବା ଦେଖିବାକୁ ମିଳିଛି। ଡାଏଲିସିସ ସେଣ୍ଟରକୁ ଇନଭର୍ଟର ସଂଯୁକ୍ତ କରାଯାଇଛି ଯାହା ସାହାଯ୍ୟରେ ମେସିନ ଗୁଡିକ ପରିଚାଳିତ ହୋଇଛି। ମାତ୍ର ମେଡିକାଲରେ ଡିଜି ମୋଟର ରହିଥିଲେ ସୁଦ୍ଧା କର୍ମଚାରୀଙ୍କ ଅବହେଳା କିମ୍ବା ଦାୟିତ୍ୱହୀନତା ଯୋଗୁଁ ରୋଗୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ସମ୍ବେଦନଶୀଳ ଡାଏଲିସିସ ସେଣ୍ଟର ଭିତରେ ମୋବାଇଲ ଟର୍ଚ୍ଚରେ ରୋଗୀସେବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ। ତୁରନ୍ତ ଘଟଣାର ପୁନରାବୃତ୍ତି ନହେବା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ସେପଟେ ଡାଏଲିସିସ ସେଣ୍ଟରକୁ ବିଦ୍ୟୁତ ସଂଯୋଗ କରିବାକୁ ଏସଡିଏମଓ ଡାକ୍ତର ଦିଗାମ୍ବର ସାହୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି। ସିଡ଼ିଏମଓ କହିଛନ୍ତି ଲିଖିତ ଅଭିଯୋଗ ପରେ ହେବ କାର୍ଯ୍ୟାନୁଷ୍ଠାନ।

Naxatra News is now on Whatsapp
Join and get latest news update delivered to you via whatsapp
Join Now