ନନ୍ଦନକାନନରେ ମାଈ ହାତୀ ‘ହୀରା’ ଅସୁସ୍ଥ  

ନନ୍ଦନକାନନରେ ମାଈ ହାତୀ ‘ହୀରା’ ଅସୁସ୍ଥ। ନନ୍ଦନକାନନ ପ୍ରାଣୀ ଉଦ୍ୟାନର ହାତୀ ସଫାରୀରେ ରହୁଥିବା ୨୭ବର୍ଷର ମାଈ ହାତୀ ‘ହୀରା’ ଏବେ ଅସୁସ୍ଥ। ସେ ଠିକ୍‌ରେ ଚଲାବୁଲା କରିପାରୁ ନାହିଁ। ଗତ ମାସରେ ଥଣ୍ଡା ଯୋଗୁଁ ତାର ନାହି ଫୁଲି ଆବୁ ପରି ହୋଇଥିଲା। ଏହାକୁ ନିରାକରଣ ପାଇଁ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକ ଗତ ୧୭ରେ ତା’ର ଦୁଇ ଆଗ ଗୋଡ଼ରେ ଦୁଇଟି ଇଞ୍ଜେକ୍ସନ ଦେଇଥିଲେ। ଫଳରେ ନାହି ଫୁଲା କମିବା ପରିବର୍ତ୍ତେ ବାମ ପଟ ଆଗ ଗୋଡ଼ ଦିନକୁ ଦିନ ଫୁଲିବାରେ ଲାଗିଛି। ଖବରପାଇ ନନ୍ଦନକାନନ କର୍ତ୍ତୃପକ୍ଷ ‘ହୀରା’ର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ। ପରେ ଭୁବନେଶ୍ବର ଓୟୁଏଟିର ବିଶେଷଜ୍ଞଙ୍କ ସହ ଡାକ୍ତରୀ ଦଳ ଆସି ତା’ର ଚିକିତ୍ସା ଜାରି ରଖିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *