ଅଣ୍ଡା ତରକାରୀ ପାଇଁ  ସ୍ତ୍ରୀ କୁ ମାରିଲା ସ୍ୱାମୀ

ଖାଇବା ବେଳେ ଅଣ୍ଡା ତରକାରୀ ନ ଦେବାରୁ ସ୍ତ୍ରୀ କୁ ଚୁଲିଫୁଙ୍କାରେ ବାଡେଇ ମାରିଲା ସ୍ୱାମୀ। ଏଭଳି ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ଉଦଳା ଥାନା କୁଟଲିଂ ବନ୍ଧସାହି ଗ୍ରାମରେ। ଗ୍ରାମର ଲମା ବାସ୍କେ ଆଜି ମଧ୍ୟାହ୍ନରେ କାମ ସାରି ଘରକୁ ଫେରିଥିଲେ ଏବଂ ଖାଇବାକୁ ବସିଥିଲେ। ଏହି ସମୟରେ ସ୍ତ୍ରୀ ବାସନ୍ତୀ ବାସ୍କେ ଭାତ ଏବଂ ତରକାରୀ ବାଢି ଦେଇଥିଲେ। ହେଲେ ସ୍ୱାମୀ ଲମା ଆଣି ଦେଇଥିବା ଅଣ୍ଡାର ତରକାରୀ କାହିଁ ବୋଲି ମାଗିଥିଲେ ଏବଂ ସ୍ତ୍ରୀ ଖାଦ୍ୟରେ ଅଣ୍ଡା ତରକାରୀ ନ ଦେବାରୁ ଉତକ୍ଷିପ୍ତ ହୋଇ ଉଠିଥିଲେ ସ୍ୱାମୀ ଲମା। ପ୍ରଥମେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ତା ପରେ ଘର ଦ୍ୱାର ସମ୍ମୁଖରେ ନିର୍ଘାତ ମାଡ଼ ମାରିବା ପରେ ଘର ଭିତରକୁ ଘୋଷାରି ନେଇ ସେଠାରେ ଚୁଲିଫୁଙ୍କାରେ ବାସନ୍ତୀ ର ମୁଣ୍ଡରେ ଆଘାତ କରିଥିଲା। ଯାହା ଫଳରେ ଘଟଣାସ୍ଥଳରେ ବାସନ୍ତୀର ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ଲମାକୁ ଗିରଫ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *