ନବରାତ୍ରି ପର୍ବର ତୃତୀୟ ଦିବସ

ଆଜି ହେଉଛି ନବରାତ୍ରି ପର୍ବର ତୃତୀୟ ଦିବସ। ଚଳଚଞ୍ଚଳ ସମସ୍ତ ଶକ୍ତି ପୀଠ। ଏହି ଅବସରରେ ଆଜି ମା’ ଙ୍କର ଚନ୍ଦ୍ରଘଣ୍ଟା ରୂପ ଦର୍ଶନ କରିବାକୁ ମିଳିଛି। ଆଜି ସକାଳୁ ବଲାଙ୍ଗିର ସହରର ସମଲେଶ୍ଵରୀ, ପାଟନେଶ୍ଵରୀ ଏବଂ ଦୁର୍ଗା ମନ୍ଦିରରେ ମା’ଙ୍କ ର ଚନ୍ଦ୍ରଘଣ୍ଟା ବେଶ ଦର୍ଶନ କରିବାକୁ ଭକ୍ତମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ସକାଳୁ ସ୍ଵତନ୍ତ୍ର ନୀତିକାନ୍ତି ଆଧାରରେ ଆଳତୀ କରାଯାଇଥିଲା। କୁହାଯାଏ ମା ଚନ୍ଦ୍ରଘଣ୍ଟା ହେଉଛନ୍ତି ଦଶଭୁଜା ଦୁର୍ଗାଙ୍କ ସ୍ୱରୂପା। ତାଙ୍କର ଆଠ ଟି ହାତରେ ସେ ଅସ୍ତ୍ର ଶସ୍ତ୍ର ରେ ସଜ୍ଜିତ ହୋଇଛନ୍ତି ଏବଂ ଯୁଦ୍ଧର ଆହ୍ବାନ କରୁଛନ୍ତି। ସେହିଭଳି ଅନ୍ୟ ଦୁଇଟି ହାତରେ ସେ ଆଶୀର୍ବାଦ କରୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *