ଉତ୍ତମ ମହାନ୍ତିଙ୍କ ବିୟୋଗରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଶୋକ ବାର୍ତା

ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଶୋକ ବାର୍ତା l ଓଡ଼ିଆ ସିନେ ଜଗତର ଅପ୍ରତିଦ୍ବନ୍ଦି ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗ ଓଡ଼ିଆ ଚଳଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି l ଏକ ଶୋକ ବାର୍ତାରେ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ କହିଛନ୍ତି ଯେ ସ୍ବର୍ଗତ ମହାନ୍ତି ଖୁବ ଲୋକପ୍ରିୟ ନାୟକ ଥିଲେ, ଅଭିନୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଯାଇଛନ୍ତି l ଓଡ଼ିଆ ସହ ଅନେକ ବଙ୍ଗାଳି ଓ ଏପରିକି ହିନ୍ଦୀ ଚଳଚିତ୍ରରେ ଅଭିନୟ କରି ନିଜର କଳାତ୍ମକ ଦକ୍ଷତାର ପରିଚୟ ଦେଇଛନ୍ତି lପରଲୋକଗତ ଆତ୍ମାର ସଦଗତି କାମନା କରିବା ସହ ବାଚସ୍ପତି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *