ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ

ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ ଗିରଫ କରିଛି ଭିଜିଲାନ୍ସ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ। ଗତକାଲି ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ତେବେ ତାଙ୍କର କୋଟି କୋଟି ମୂଲ୍ୟର ସମ୍ପତ୍ତି ଥିବା ଜଣାପଡ଼ିଥିଲା । କୋଟି କୋଟି ମୂଲ୍ୟର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇ ଯାଇଥିଲେ। ଏହି ଘଟଣାରେ ଆଜି ବିଜୟ ମଙ୍ଗରାଜ ବନ୍ଧା ହୋଇଛନ୍ତି । ସେହିପରି କେରଳ ଏର୍ଣ୍ଣାକୁଲମରେ ୨ ମହଲା କୋଠା ଥିବା ସ୍ପଷ୍ଟ ହୋଇଛି । ଭୁବନେଶ୍ୱରରେ ୨ଟି କୋଠା ଓ ୨ଟି ଫ୍ଲଟ ରହିଛି । ୧. ୪୭ କୋଟି ଟଙ୍କାର ବ୍ୟାଙ୍କ ଜମା, ୫୦୦ଗ୍ରାମର ସୁନା ଜବତ ହୋଇଛି । ଗତକାଲି ୮ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ସମେତ ଅନ୍ୟ ଅଧିକାରୀ ଚଢ଼ାଉରେ ସାମିଲ ହୋଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *