ହଟିବ ପାର୍ଟ-ପ୍କଟ୍‌ କିଣାବିକା ସମସ୍ୟା !

ପାର୍ଟ-ପ୍କଟ୍‌ କିଣାବିକା ସମସ୍ୟା ହଟିବ। ସାରା ରାଜ୍ୟରେ ଏହି ସମସ୍ୟାକୁ ଉପଲବ୍ଧି ପରେ ସରକାର ଏହାର ସରଳୀକରଣ ସହ ସମାଧାନ ଲାଗି ଅଣ୍ଟା ଭିଡ଼ିଛନ୍ତି। ଗଲା ୨୫ ତାରିଖରେ ସେଥିଲାଗି ଉଚ୍ଚସ୍ତରୀୟ ବୈଠକରେ ଉଭୟ ରାଜସ୍ୱ ଓ ନଗର ଉନ୍ନୟନ ମନ୍ତ୍ରୀ ମିଳିତ ଭାବେ ବସି ଏହାର ସମାଧାନ ଲାଗି ବାଟ ବାହାର କରିଥିଲେ। ଆଉ ୭ ଦିନ ଭିତରେ ସମାଧାନ ଲାଗି କି ପ୍ରକ୍ରିୟା ଆପଣାଇହେବ, କି ସଂଶୋଧନ ଜରୁରୀ ରିପୋର୍ଟ ତଲବ କରିଥିଲେ। ଡିସେମ୍ୱର ପହିଲା ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ଆସିବା ପରେ ଚଳିତ ଅଧିବେଶନ ଭିତରେ ହିଁ ବାଟ ବାହାରିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ।

ପାର୍ଟ-ପ୍ଲଟ କିଣାବିକା ଉପରେ କାହିଁକି ଲାଗିଛି ଅଙ୍କୁଶ। ଏ ନେଇ ସ୍ୱତନ୍ତ୍ର ଏସଓପି ବା ନିୟମାବଳୀ ବି ନାହିଁ। ତା ହେଲେ କେଉଁ ଆଧାରରେ ବନ୍ଦ କରାଯାଇଛି। ସାରା ରାଜ୍ୟରେ କାହିଁକି ଲୋକେ ହେଉଛନ୍ତି ହନ୍ତସନ୍ତ। ଜରୁରୀ ଆବଶ୍ୟକତା ବେଳେ ଚାହିଁଲେ ବି ନିଜ ଜମିର ଖଣ୍ଡେ ଅଂଶ କିଣାବିକା କରିପାରୁନାହାନ୍ତି ଲୋକେ। ନା ଆଇଜିଆରଙ୍କ ପକ୍ଷରୁ ଏସଓପି ଆସିଛି ନା ସବ-ରେଜିଷ୍ଟ୍ରାର ଲୋକଙ୍କୁ କେଉଁ ନିୟମରେ ଗଲେ ପାର୍ଟ ଜମି ବିକ୍ରି କରିହେବ, ସେ ବାଟ ବତାଉଛନ୍ତି। ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ଏ ସମସ୍ୟାକୁ ଦେଖିଲା ପରେ ରାଜସ୍ୱ ମନ୍ତ୍ରୀ ଏହାର ସମାଧାନ ଲାଗି ଗଲା ୨୫ରେ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ନଗର ଉନ୍ନୟନ ମନ୍ତ୍ରୀଙ୍କ ସମେତ ଆଇଜିଆର, ଉନ୍ନୟନ କର୍ତ୍ତୃପକ୍ଷ, ରେରା ଅଧିକାରୀଙ୍କୁ ନେଇ ମାନସମନ୍ଥନ କରିଥିଲେ। ପୂର୍ବ ସରକାରରେ ଆଇନର ସଠିକ୍ ତର୍ଜମା ହୋଇନଥିବାରୁ ଦଶା ଭୋଗୁଛନ୍ତି ଲୋକେ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ନଗର ଉନ୍ନୟନ ବିଭାଗ ଓ ଆଇନ ବିଭାଗକୁ ଆଇନରେ ଆବଶ୍ୟକୀୟ ସଂଶୋଧନ ସହ ଚଳିତ ବିଧାନସଭା ଭିତରେ ହିଁ ଏସବୁ ପ୍ରକ୍ରିୟା ସାରିବାକୁ ପରାମର୍ଶ ଦିଆଯାଇଛି।

ପାର୍ଟ ଜମି କିଣାବିକା ନେଇ ଯେଉଁ ସମସ୍ୟା ରହିଛି, ୭ ଦିନ ଭିତରେ ଆବଶ୍ୟକୀୟ ସଂଶୋଧନ, ପ୍ରସ୍ତାବ ଉପରେ ରିପୋର୍ଟ ତଲବ କରିଥିଲେ ମନ୍ତ୍ରୀ। ଡିସେମ୍ୱର ପହିଲାରେ ଏହି କଣ୍ଟ ପୁରୁଛି। ଜମି କିଣାବିକାକୁ ସରଳୀକରଣ ସହ ଲୋକଙ୍କୁ ଜଟିଳତା ଭିତରକୁ ଯେମିତି ଠେଲି ଦିଆନଯାଏ, ସେଥିଲାଗି ରିପୋର୍ଟ ପ୍ରସ୍ତୁତ ବେଳେ ଆବଶ୍ୟକୀୟ ଧ୍ୟାନ ଦେବାକୁ ପଡ଼ିବ। ନଚେତ୍ ସଂଶୋଧନ ଓ ସରଳୀକରଣ କରିବାକୁ ଯାଇ ପୁଣି ଲୋକଙ୍କ ଲାଗି ନୂଆ ଅଡ଼ୁଆ ଯେଭଳି ସୃଷ୍ଟି ନହୁଏ, ସେଥିଲାଗି ଆଇଜିଆର, ଉନ୍ନୟନ କର୍ତ୍ତୃପକ୍ଷ ଓ ରେରା ବି ଯତ୍ନବାନ୍ ହେବା ଜରୁରୀ ବୋଲି ମତ ପ୍ରକାଶ କରିଛି ଓଡ଼ିଶା ବିକାଶ ଅଭିଯାନ। ସମୟସୀମା ଭିତରେ ହିଁ ରିପୋର୍ଟ ଆସିବ। ଏହାକୁ ଟିକିନିଖି ଅନୁଧ୍ୟାନ କଲା ପରେ ହିଁ  ଦୀର୍ଘ ଦିନ ହେଲା ପାର୍ଟ-ପ୍ଲଟ କଟକଣାରେ ସନ୍ତୁଳିତ ହେଉଥିବା ଲୋକଙ୍କ ସମସ୍ୟା ଦୂର କରିବାକୁ ସରଳ ସମାଧାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ଚଳିତ ଅଧିବେଶନରେ ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପାର୍ଟ-ପ୍ଲଟ ବିକ୍ରି ସରଳୀକରଣ ଲାଗି ପଦକ୍ଷେପ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ରାଜସ୍ୱ ମନ୍ତ୍ରୀ କହିଛନ୍ତି, ଖୁବ ଶୀଘ୍ର ସମାଧାନ ହେବ।

ଅଧିକାରୀଙ୍କ ପେଞ୍ଚ ପାଇଁ ଦୀର୍ଘ ଦିନରୁ ସାଧାରଣ ଲୋକେ ହେଉଛନ୍ତି ହନ୍ତସନ୍ତ। ଆଇନର ଭୁଲ ତର୍ଜମା କରି ଆଶା କରାଯାଉଛି, ଏଥର କିଛି ପେଞ୍ଚ ପୁରାଇବା ଆଗରୁ ସରକାର ଏହାକୁ ବିଶ୍ଲେଷଣ କରି ଆବଶ୍ୟକୀୟ ପଦକ୍ଷେପ ନେବେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *