ପୁଣି ୫୦ ଛୁଉଁଲା ଆଳୁ । ପଶ୍ଚିମବଙ୍ଗ ସରକାର ପୁନର୍ବାର ଓଡିଶାକୁ ଆସୁଥିବା ହଜାର ହଜାର ଆଳୁ ବୋଝେଇ ଟ୍ରକ ଗୁଡିକ ପଶ୍ଚିମବଙ୍ଗ-ଏଡିଶା ସୀମାରେ ଜୋର ଜବରଦସ୍ତ ଅଟକାଇ ରଖିଛନ୍ତି । ଫଳରେ ବଜାରରେ ବୃଦ୍ଦି ପାଉଛି ଆଳୁ ଦର । ଏଭଳି କ୍ଷେତ୍ରରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି । ସେ ରାଜ୍ୟ ଯଦି ନିଜ ଆଡୁ ଆଳୁ ପଠାଏ ତାହେଲେ ରଖିବୁ । ଓଡିଶାରେ ଆଳୁ ସଙ୍କଟ ନାହିଁ, ସେ ନିଜେ ୩୦ ଟଙ୍କାରେ ଆଳୁ କିଣିଥିବା ଗଣମାଧ୍ୟମକୁ କହିଛନ୍ତି ।
ରାଜ୍ୟରେ ପୁଣି ଆଳୁ ସମସ୍ୟା । ବଜାରରେ ଚଢା ଦରରେ ବିକ୍ରି ହେଉଛି ଆଳୁ । କିଲୋ ପିଛା ୫୦ ଛୁଇଁଲାଣି । କାହିଁକି ନା ପଶ୍ଚିମବଙ୍ଗ ସରକାର ପୁନର୍ବାର ଓଡିଶାକୁ ଆସୁଥିବା ହଜାର ହଜାର ଆଳୁ ବୋଝେଇ ଟ୍ରକ ଗୁଡିକ ପଶ୍ଚିମବଙ୍ଗ-ଏଡିଶା ସୀମାରେ ଜୋର ଜବରଦସ୍ତ ଅଟକାଇ ରଖିଛନ୍ତି । ଯାହକୁ ନେଇ ଚିନ୍ତାରେ ଉଭୟ ବ୍ୟବସାୟୀ ଆଉ ଗ୍ରାହକ । ବଜାରରେ ବ୍ୟବସାୟୀଙ୍କ ପାଖରେ ଯାହା କିଛି ଆଳୁ ଅଛି , ତା ବି ସରିଆସିଲାଣି । ଛତ୍ରବଜାର କଥା କୁହନ୍ତୁ ବା ୧ନମ୍ୱର ମାର୍କଟ କଥା କୁହନ୍ତୁ ସବୁଠି ଦେଖିବାକୁ ମିଳୁଛି ଆଳୁ ସଙ୍କଟ । ଏଭଳି କ୍ଷେତ୍ରରେ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି । ସେ ରାଜ୍ୟ ଯଦି ନିଜ ଆଡୁ ଆଳୁ ପଠାଏ ତାହେଲେ ରଖିବୁ । ଓଡିଶାରେ ଆଳୁ ସଙ୍କଟ ନାହିଁ, ସେ ନିଜେ ୩୦ ଟଙ୍କାରେ ଆଳୁ କିଣିଥିବା ଗଣମାଧ୍ୟମକୁ କହିଛନ୍ତି । ସେପଟେ ୟୁପିରୁ ମଧ୍ୟ ଆଳୁ ଆସିବା ଆରମ୍ଭ ହୋଇଛି । ଯଦି କେଉଁଠି ଚଢା ଦରରେ ଆଳୁ ବିକ୍ରି ହେବ ସେଠାରେ ଡଢାଉ କରାଯିବ । ଏଥି ସହ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି କି , ଆସନ୍ତା ଦେଢ ବର୍ଷ ମଧ୍ୟରେ ଆଳୁ ଉତ୍ପାଦନରେ ଓଡିଶା ସ୍ୱାବଲମ୍ବୀ ହେବ । ଥଲେ ନଜର ପକାନ୍ତୁ ମନ୍ତୀଙ୍କ ପ୍ରତିକ୍ରିୟା ଉପରେ
୩ମାସ ତଳେ ରାଜ୍ୟରେ ଠିକ ଏଭଳି ଆଳୁ ସଙ୍କଟ ଦେଖାଯାଇଥିଲା । ଆଳୁ ଦର ପ୍ରାୟ ୫୦-୬୦ ଟଙ୍କାକୁ ଛୁଉଁଥିଲା । ଅନେକ ଦିନ ଧରି ହନ୍ତସନ୍ତ ହେଉଥିଲେ ଲୋକେ । ଆଉ ଏବେ ସେହି ସମାନ ପରିସ୍ଥିତିକୁ ଆମେ ଫେରିଛେ । ଏଭଳି ସ୍ଥିତିରେ ଆଳୁ ଯୋଗାଣ କିପରେ ସ୍ବାଭାବିକ ହେବ ସେନେଇ ମନ୍ତ୍ରୀ ସୁନିଶ୍ଚିନ୍ତ କରିବା ବଦଳରେ ଏପରି ବୟାନବାଜି ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି । ବିଗତ ଦିନରେ ମଧ୍ୟ ସମାନ କଥା କହୁଥିଲେ ମନ୍ତ୍ରୀ । କିନ୍ତୁ କେତେ ମାତ୍ରାରେ କଳାବଜାରୀ ନିୟନ୍ତ୍ରଣ ହୋଇପାରିଥିଲା ତାକୁ ନେଇ ପ୍ରଶ୍ନ ଉଠୁଛି । ସେପଟେ ପଶ୍ଚିମବଙ୍ଗ ବଦଳରେ ଉତ୍ତରପ୍ରଦେଶରୁ ଆଳୁ ଟ୍ରକ ଆସିଲେ ପରିବହନ ଦାମ ମଧ୍ୟ ବୃଦ୍ଧିପାଇପାରେ ଆଉ ଏହା ଫଳରେ ଆଳୁ ଦର ମଧ୍ୟ ପ୍ରଭାବିତ ହୋଇପାରେ । ଏନେଇ କଣ ରହିଛି ବ୍ୟବସାୟୀ ଆଉ ଗ୍ରାହକଙ୍କ ପ୍ରତିକ୍ରିୟା ନର ପକାନ୍ତୁ
ନୂଆ ଆଳୁ ବାହାରିବାକୁ ଆହୁରି ମାସେ ଲାଗିପାରେ । ତେଣୁ ବର୍ତ୍ତମାନ ଆଳୁଦର କମିବାର କୌଣସି ସମ୍ଭାବନା ନାହିଁ ବୋଲି ଚିନ୍ତାପ୍ରକଟ କରିଛନ୍ତି ଖାଉଟି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now