ଶଙ୍ଖଭବନରେ ଗଣ୍ଡଗୋଳ ଘଟଣାରେ ବିଜେଡି କର୍ମୀ ପୁଷ୍ପାଞ୍ଜଳୀ ରଣାଙ୍କ ପ୍ରତିକ୍ରିୟା ରଖିଛନ୍ତି ।ମୁଁ ଆଗ ଆକ୍ରମଣ କରିନି। ଇପସିତା ଆଗ ଆକ୍ରମଣ କରିଛନ୍ତି। ମୋ ସୁନା ଚେନ୍ ଛିଡ଼ାଇଦେଲେ, ଶାଢ଼ି ଚିରି ଦେଲେ। ଜଗନ୍ନାଥ ମତେ ବଞ୍ଚେଇ ଦେଲେ ନଚେତ୍ ମୋ ଶରୀର ସାରା ଓଡ଼ିଶା ଦେଖିଥା ନ୍ତା। ମତେ ସବୁଠି ସମର୍ଥନ ମିଳୁଛି। ମୋର ସଭାପତି ଙ୍କ ଉପରେ ଭରସା ଅଛି। ମୁଁ ସନ୍ଧ୍ୟା ଯାଏ ଅପେକ୍ଷା କରିଛି। ଜବାବ ରାଜ ରାସ୍ତାରେ ଦେବି।
ଚେୟାର ପକା ବେଳେ ଆମକୁ ଅପମାନିତ କଲେ। ତାକୁ ଛୋଟ ପିଲା ଭାବି କ୍ଷମା କଲି। ଦେବି ମିଶ୍ର ଙ୍କ ଉପସ୍ଥିତିରେ ସମାଧାନ ହେଲା। ତାପରେ ସେ ମାଇଲେଜ୍ ନେବାକୁ ଅଧା ଭିଡିଓ କୁ କାଟି ପଠାଇଛି। ତେବେ ବିଜେଡି ମୁଖ୍ୟକାର୍ଯ୍ୟାଳୟ ଶଙ୍ଖ ଭବନରେ ଦୁଇ କର୍ମୀ ହାତା ହାତି ହୋଇଥିଲେ । ବିଜେଡି ଯୁବନେତ୍ରୀ ଇସ୍ପିତା ସାହୁଙ୍କୁ ନିଜ ଦଳର ଜଣେ ମହିଳା କର୍ମୀ ଚାପୁଡା ମାରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now