ଆଜି ପବତ୍ର ଶାମ୍ବ ଦଶମୀ

ପ୍ରତିବର୍ଷ ପୌଷ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଇଥାଏ ଶାମ୍ବ ଦଶମୀ। ଏଥର ଏହି ଦଶମୀ ଆଜି ଅର୍ଥାତ ଜାନୁୟାରୀ ୯ ତାରିଖରେ ପଡୁଛି। ମୁଖ୍ୟତଃ ଏହି ପୂଜା ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ କରାଯାଇଥାଏ।କୁମାର ପୂର୍ଣ୍ଣିମା ଯେପରି ଚନ୍ଦ୍ର ଦେବତାଙ୍କ ପାଇଁ ଠିକ୍ ଶାମ୍ବ ଦଶମୀ ସୂର୍ଯ୍ୟଙ୍କ ଉପାସନା କରାଯାଏ। ସାଧାରଣତଃ ଶାମ୍ବ ଦଶମୀକୁ ଚାନ୍ଦମାନ ବର୍ଷର ଶେଷ ବୋଲି ଧରା ଯାଇଥାଏ।କାରଣ ଶାମ୍ବ ଦଶମୀରୁ ଚିତାଲାଗି ଅମବାସ୍ୟା ପର୍ଯ୍ୟନ୍ତ ଓଡିଆ ଘରେ ଆଉ କୌଣସି ପିଠାପଣା ପୂଜା ହୋଇ ନ ଥାଏ।

ମୁଖ୍ୟତଃ ମହିଳାମାନେ ସେମାନଙ୍କର ସନ୍ତାନଙ୍କ ଆରୋଗ୍ୟ କାମନା କରି ଏହି ପୂଜା ବା ଉପସାନା କରିଥାନ୍ତି। ପୁରାଣରେ ରହିଛି ଯେ, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଶାପ ଗସ୍ତ ହୋଇ କୁଷ୍ଠ ରୋଗରେ ପଡିତି ହୋଇଥିଲେ। ସେ ଚନ୍ଦ୍ରଭାଗା କୂଳରେ ସୂର୍ଯ୍ୟ ପୂଜା କରି ଏହି କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେଥିପାଇଁ ବିଭିନ୍ନ ରୋଗରୁ ମୁକ୍ତି ପାଇଁ କୋଣାର୍କର ଏହି ଚନ୍ଦ୍ରଭାଗା କୂଳରେ ଶାମ୍ବ ଦଶମୀ ଦିନ ଭିଡ ହୋଇଥାଏ।

ବ୍ରତଧାରୀମାନେ ସେଠାରେ ସୂର୍ଯ୍ୟ ଉଦୟ ଦର୍ଶନ କରି ସ୍ନାନ କରିଥାନ୍ତି। ଏଥିସହିତ ସୂର୍ଯ୍ୟ ଦେବତାଙ୍କୁ ଦ୍ବୀପ ଅର୍ପଣ କରିଥାନ୍ତି। ତେବେ ଯେଉଁମାନେ ଚନ୍ଦ୍ରଭାଗା ଯାଇପାରନ୍ତି ନାହିଁ ସେମାନେ ଘରେ ମଧ୍ୟ ଏହି ପୂଜା କରିଥାନ୍ତି। ହେଲେ ଘରେ ପୂଜା ବିଧି ଭିନ୍ନ ପ୍ରକାରର ହୋଇଥାଏ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *