ଏସସିବି ଦୁଷ୍କର୍ମ ଘଟଣା : ଅଭିଯୁକ୍ତ ଡାକ୍ତର ବହିଷ୍କୃତ

କଟକ ଏସସିବି ମେଡିକାଲରେ ଦୁଷ୍କର୍ମ ଘଟଣା। ଏସସିବିରୁ ବହିଷ୍କାର ହେଲେ ଡାକ୍ତର ଦିଲବାଗ୍‌‌ ସିଂହ। ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶୁକ୍ରବାର କଲେଜ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବହିଷ୍କାର ପ୍ରସ୍ତାବ ଗୃହୀତ ହୋଇଥିବା କହିଛନ୍ତି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର। ଡାକ୍ତର ଦିଲବାଗଙ୍କୁ ବହିଷ୍କାର ପାଇଁ ପୂର୍ବରୁ ଡିଏମଇଟି ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ଶୁକ୍ରବାର ଏସ୍‌‌ସିବି କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିଛନ୍ତି। ସୂଚନାଅନୁଯାୟୀ, ଗତ ୧୧ ତାରିଖରେ ଏସ୍‌‌ସିବି ହୃଦରୋଗ ବିଭାଗରେ ଦୁଇ ମହିଳା ରୋଗୀଙ୍କୁ ଇକୋ କରାଇବା ଆଳରେ ଡାକ୍ତର ଦିଲବାଗ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *