ସ୍କ୍ରବ ଟାଇଫସ ଆତଙ୍କ : ତିନି ଦିନରେ ଗଲାଣି ୩ ଜୀବନ

ବରଗଡ଼ରେ ସ୍କ୍ରବ ଟାଇଫସ ଆତଙ୍କ ଖେଳାଇଛି । ତିନି ଦିନରେ ଗଲାଣି ୩ ଜୀବନ। ଯାହାକୁ ନେଇ ଜିଲ୍ଲାରେ ଏବେ ଭୟର ବାତାବରଣ। ଗତ ସୋମବାର ଅମ୍ବାଭୋନା ବ୍ଲକ ବୁଙ୍ଗା ପାଲି ଗାଁର ୪୨ ବର୍ଷୀୟ ଚାଷୀ ସରୋଜ ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ପଦ୍ମପୁରର ୭୦ ବର୍ଷୀୟା ମହିଳା ସଖି ପ୍ରଧାନ ଏବଂ ଆଜି ପଦ୍ମପୁରର ଜଣେ ୧୬ ବର୍ଷୀୟା ନାବାଳିକା ଶିକ୍ଷା ରଣାଙ୍କ ମୃତ୍ୟୁ ହୋଇଛି । ଏମାନେ ତିନିଜଣ ଯାକ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏବେ ମଧ୍ୟ ଜିଲ୍ଲାର ବିଭିନ୍ନ ଡ଼ାକ୍ତରଖାନାରେ ବହୁ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡିଛି। ଯାହାକୁ ନେଇ ବରଗଡ଼ରେ ଏବେ ଭୟ ବଢିଛି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ମୁତାବକ ସ୍କ୍ରବ ଟାଇଫସ ନାମକ ଏହି ପୋକ କ୍ଷେତ, ଜଙ୍ଗଲ, ସନ୍ତସନ୍ତିଆ ସ୍ଥାନ ମାନଙ୍କରେ ଦେଖିବାକୁ ମିଳେ । କ୍ଷେତରେ କାମ କରୁଥିବା ଲୋକମାନେ ବିଶେଷ କରି ଏହି ପୋକ କାମୁଡାର ଶୀକାର ହୋଇଥାନ୍ତି। ଏହି ପୋକ କାମୁଡିଲେ ପ୍ରଥମେ କଳା ହୋଇ ବ୍ରଣ ଦେଖାଯିବ ଓ ପରେ ଜ୍ଵର, ମୁଣ୍ଡବ୍ୟଥା, ବାନ୍ତି ହୋଇଥାଏ। ସାଧାରଣ ଜ୍ବରର ଲକ୍ଷଣ ଦେଖାଯାଏ। ଯଦି ଅଧିକ ଦିନ ଜ୍ଵର ଲାଗିରହେ ତାହାହେଲେ ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଇ ଚିକିତ୍ସା କରାଇବା ଜରୁରୀ। ଏହାର ଚିକିତ୍ସା ଓ ଔଷଧ ମାଗଣା ଦିଆଯାଇଥାଏ। ଅବହେଳା କଲେ ଏହା କିଡ୍‌ନୀ ଓ ବ୍ରେନକୁ କ୍ଷତି ପହଂଚାଇଥାଏ। ଅନ୍ୟପଟେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏବେ ତଦନ୍ତ ଆରମ୍ଭ କରିଥିବା ବେଳେ ସମସ୍ତଙ୍କୁ  ସଚେତନ ରହିବାକୁ ଆହ୍ବାନ ଦିଆଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *