ବଲାଙ୍ଗିର ଭୀମ ଭୋଇ ମେଡିକାଲ ରେ ଅଭାବନିୟ ଘଟଣା । ଆତ୍ମହତ୍ୟା କଲେ ଚିକିତ୍ସାଧିନ ରୋଗୀ । ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସିଟିସ୍କେନ ପାଖରେ ନୂତନ ନିର୍ମାଣ ଧୀନ କୋଠା ନିକଟରେ ଥିବା ଏକ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ ଆଜି ସକାଳେ ଭୀମ ଭୋଇ ମେଡିକାଲ କଲେଜ୍ ହସ୍ପିଟାଲର ନୂତନ ନିର୍ମାଣ ଧୀନ କୋଠା ନିକଟରେ ଏକ ଗଛରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ସୁରକ୍ଷା କର୍ମୀ ମାନେ ଦେଖିଥିଲେ । ସେମାନେ ତୁରନ୍ତ ମେଡିକାଲ ସୁପରି ଟେଣ୍ଡେଣ୍ଟ ଙ୍କୁ ଜଣାଇଥିଲେ । ଖବରପାଇ ମେଡିକାଲ ଅଧକ୍ଷ ଘଟଣାସ୍ଥଳରେ ପହଞ୍ଚିଥିଲେ । ମେଡିକାଲ ଫାଣ୍ଡି ପୁଲିସ ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ । ଅପରପକ୍ଷେ ତାଙ୍କର ମୁଣ୍ଡରେ ପଟି ଲାଗିଥିବାରୁ ସେ ମେଡିକାଲ ରେ ଚିକିତ୍ସିତ ହେଉ ଥାଇପାରନ୍ତି ବୋଲି କୁହାଯାଉଛି । ପୁଲିସ ଶବକୁ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ଛାନଭିନ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ କରିବା ନେଇ ସୂଚନା ମିଳିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now