ସୁଦୂର ଆମେରିକା ରେ ଥାଇ ମଧ୍ୟ ଜନ୍ମ ମାଟିକୁ ଭୁଲିନାହାନ୍ତି ସୁଧନ୍ୟା । ଆଉ ଜନ୍ମ ମାଟିରେ ପହଂଚିବା କ୍ଷଣି ଲୁହରେ ଆଖି ଭିଜି ଯାଉଛି । ହେଲେ ମନ ଆନନ୍ଦ ରେ ଭରି ଯାଉଛି । କାରଣ ମନେ ପଡି ଯାଉଛି ସେଇ ୨୬ ବର୍ଷ ତଳର କାହାଣୀ। ୧୯୯୯ ମସିହା, ଆମେରିକାର ଦମ୍ପତ୍ତି ଜେଫ୍ରୀ କେ ଡୋନ୍ ଓ ହୋଲି ଏମସି ଗିଲିକୁଡି ଗୋଟିର ୧୦ ମାସର ନିଷ୍ପାପ ସରଳ କୁନି ଝିଅଟିକୁ ପୋଷ୍ୟ ଭାବେ ଗ୍ରହଣ କରନ୍ତି । ଏହା ଭିତରେ ୨୬ ବର୍ଷ ଅତିକ୍ରମ କରି ସାରିଲାଣି । ୨୬ ବର୍ଷ ପରେ ଝିଅଟି ବିବାହ କରିସାରିଛି । ବିବାହ ର ଏକ ବର୍ଷ ପୂର୍ତ୍ତି ପାଳନ ପାଇଁ ଆମେରିକା ରୁ ଆସି କଟକ ବିଡାନାସି ସ୍ଥିତ ବସୁନ୍ଧରାରେ ପହଞ୍ଚିଥିଲେ ଉଭୟ ପରିବାରର ସଦସ୍ୟମାନେ । ବସୁନ୍ଧରା ଭିତରେ ଚମତ୍କାର ପରିବେଶ ଭିତରେ ସମସ୍ତେ ମିଶି ପାଳନ କରିଥିଲେ ସୁଧନ୍ୟା ଓ ହର୍ଷ ଙ୍କ ପ୍ରଥମ ବିବାହ ବାର୍ଷିକି ।
୧୯୯୯ ମସିହା । ମହାବାତ୍ୟାର ବର୍ଷ । ଏହି ବର୍ଷ ଆମେରିକାର ଏକ ଦମ୍ପତ୍ତି କଟକ ଆସନ୍ତି । ଆଉ କଟକ ବିଡାନାସି ସ୍ଥିତ ବସୁନ୍ଧରା ରୁ ୧୦ ମାସର ଏକ ଶିଶୁ କନ୍ୟା କୁ ପୋଷ୍ୟ ଶିଶୁ ଭାବେ କୋଳେଇ ନିଅନ୍ତି । ୧୯୯୪ ମସିହାରେ କେହି ଜଣେ ଏହି ୧୦ ମାସର ଶିଶୁ କୁ ବିଡାନାସି ସ୍ଥିତ ବସୁନ୍ଧରା ନିକଟରେ ଛାଡି ଦେଇ ଯାଆନ୍ତି । ୧୯୯୪ ରୁ ୧୯୯୯ ପାଞ୍ଚ ବର୍ଷ ଧରି ଏହି ଶିଶୁ ଟି ବସୁନ୍ଧରା ରେ ବଢେ । ହଠାତ ତା ଭାଗ୍ୟ ପରିବର୍ତ୍ତନ ହୁଏ । ବସୁନ୍ଧରାରେ ସୁଧନ୍ୟା ଭାବେ ସମସ୍ତ ଙ୍କ ପ୍ରିୟ ହୋଇଯାଏ । ୧୯୯୯ ମସିହାରେ ଏକ ଆମେରିକା ଦମ୍ପତି ସୁଧନ୍ୟା କୁ ପୋଷ୍ୟ କନ୍ୟା ଭାବେ କୋଳେଇ ନିଅନ୍ତି । ଏହାପରେ ସୁଧନ୍ୟା ଆମେରିକାର ପଢେ ଓ ବଢେ । ଏହା ମଧ୍ୟ ରେ ସୁଧନ୍ୟା ସୁଡ଼ି ର ପରିଚୟ ପାଇ ସାରିଥାଏ । ୨୬ ବର୍ଷ ପରେ ସୁଧନ୍ୟା ବିବାହ ପରେ ପ୍ରଥମ ଥର ବିଡାନାସି ବସୁନ୍ଧରାକୁ ଫେରିଛି । ସାଙ୍ଗରେ ସୁଧନ୍ୟା ଙ୍କ ଜୀବନ ସାଥି ଡ଼ଃ ହର୍ଷ ଓ ଉଭୟ ଙ୍କ ପରିବାର ଲୋକେ । ସମସ୍ତେ ମିଶି ବସୁନ୍ଧରା ରେ ସୁଧନ୍ୟା ଓ ହର୍ଷ ଙ୍କ ପ୍ରଥମ ବିବାହ ବାର୍ଷିକି ପାଲିଥିଲେ । ଖୁସିର କଥା ଏହା ମଧ୍ୟରେ ସୁଧନ୍ୟା ମା ହେବାକୁ ଯାଉଛନ୍ତି । ଉଭୟ ପରିବାର ଲୋକ ବହୁତ ଖୁସି । ସମସ୍ତେ ମିସି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି ଇଛା ପ୍ରକାଶ କରିଛନ୍ତି ।
ଉଭୟ ପରିବାର ବହୁତ ଖୁସି । ସମସ୍ତେ ମିଶି ବସୁନ୍ଧରା ରେ ସୁଧନ୍ୟା ଓ ହର୍ଷ ଙ୍କ ପ୍ରଥମ ବିବାହ ବାର୍ଷିକି ପାଳନ କରିଥିଲେ । ବସୁନ୍ଧରା ରେ ପହଁଞ୍ଚି ଉଭୟ ପରିବାରର ସମ୍ପର୍କୀୟ ଓ ଅତିଥିମାନେ ସୁଧନ୍ୟା ଓ ହର୍ଷ ଙ୍କୁ ଶୁଭେଚ୍ଛା ଜଣାଇବା ସହ ଉପହାର ପ୍ରଦାନ କରିଥିଲେ ।ବିବାହର ପୁରୁଣା ସ୍ମୃତିକୁ ମନେ ପକେଇବା ପାଇଁ ସୁଧନ୍ୟା ଏବଂ ହର୍ଷ ପରସ୍ପରକୁ ବସୁନ୍ଧରାରେ ଅତିଥିଙ୍କ ଗହଣରେ ବରମାଳା ପିନ୍ଧାଇବା ସହ ଖୁସି ବାଣ୍ଟିଥିଲେ । ଏବଂ ଭବିଷ୍ୟତରେ ବସୁନ୍ଧରାକୁ ସହଯୋଗର ହାତ ବଢ଼ାଇବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।
ଦୀର୍ଘ ତିନି ଦଶନ୍ଧି ପରେ ମଧ୍ୟ ଭୁଲିପାରିନାହାନ୍ତି ନିଜର ଜନ୍ମ ମାଟି । ସୁଦୂର ଆମେରିକା ରୁ ଆସି କଟକ ବସୁନ୍ଧରା ରେ ପାଳିଲେ ନିଜର ପ୍ରଥମ ବିବାହ ବାର୍ଷିକୀ ଅନାଥ ସୁଧନ୍ୟା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now