ବାତ୍ୟା ପ୍ରଭାବିତ ଅଂଚଳ ବାସୀ ବିଚଳିତ ହୁଅନ୍ତୁ ନାହିଁ , ଖୁବଶୀଘ୍ର ମିଳିବ ସହାୟତା ରାଶି

ଆଜିଠାରୁ ଆରମ୍ଭ ହେଲା ବାତ୍ୟା ମୋନ୍ଥାର କ୍ଷୟ କ୍ଷତି ଆକଳନ । ବିଭିନ୍ନ ଜାଗାରେ ଆଜି ବର୍ଷାର ସମ୍ଭାବନା ଅଛି । ଅମଳ ସମୟ ଥିବାରୁ କପା ଏବଂ ଧାନ ଚାଷର କ୍ଷୟକ୍ଷତି ହୋଇଛି, କିଛି ଜାଗାରେ ଘର ଭାଙ୍ଗିଛି । ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲାପାଙ୍କୁ ନିର୍ଦେଶ ଦିଆଯାଇଛି । ଯେଉଁ ଜିଲ୍ଲା ରେ କ୍ଷୟକ୍ଷତି ହୋଇନାହିଁ, ସେ ଜିଲ୍ଲାରୁ ରାଜସ୍ୱ ଅଧିକାରୀଙ୍କୁ ଆକଳନ ପାଇଁ ନିୟୋଜିତ କରାଯିବ । ଭୂସ୍ଖଳନ ଗୋଟେ ବଡ଼ ସମସ୍ୟା ହୋଇ ଉଭା ହେଲାଣି । ପାହାଡ଼ ଭଳି ପଥର ଖସିଛି । ପ୍ରାକୃତିକ ବିପର୍ଯୟ ଲାଗି ପଥର ଖସୁଛି । ପଥର ଖସିବାରେ ସବୁଠୁ ସମ୍ବେଦନଶୀଳ ଜିଲ୍ଲା ହେଉଛି ଗଜପତି ଜିଲ୍ଲା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *