ଡାଟାଏଣ୍ଟ୍ରି କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ

ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଶିକ୍ଷା ଅଧିକରୀ କାର୍ଯ୍ୟଳୟ ଡାଟାଏଣ୍ଟ୍ରି କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ କର୍ମଚାରୀ ରାୟାଗଡା କୁମ୍ବିକଟା ଗାଁର ବଳଦେବ ଗରଡ଼ା। ସୂଚନା ଅନୁଯାଏ, ବଳଦେବ ଗରଡା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ଡାଟାଏଣ୍ଟ୍ରି ଭାବେ କାର୍ଯ୍ୟରତ ଥିଲେ। ଅନ୍ୟ କର୍ମଚାରୀ ଆଜି କାର୍ଯ୍ୟରେ ଯୋଗ ଦେବାକୁ ଆସିଥିବା ସମୟରେ ବଳଦେବ ଗରଡା ଅଚେତା ଅବସ୍ଥାରେ ପଡ଼ିରହିଥିବା ଦେଖିଥିଲେ। କର୍ମଚାରୀମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ବ୍ଲକ ଶିକ୍ଷା ଅଧିକାରୀ ବିଷମକଟକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବରପାଇ ପୁଲିସ ମେଡିକାଲରେ ପହଂଚି ମୃତଦେହକୁ ଜବତ କରିବା ସହ ଏହାର ତଦନ୍ତ ଆରମ୍ଭ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *