ସ୍ତ୍ରୀକୁ ପିଟିପିଟି ମାରି କୂଅରେ ଫିଙ୍ଗିଦେଲା ନୃଶଂସ ସ୍ୱାମୀ

ପାରିବାରିକ କଳହର କରୁଣ ପରିଣତି। ଅଧା ରାତିରେ ସ୍ତ୍ରୀକୁ ମାରି କୂଅରେ ଫିଙ୍ଗି ଦେଲା ନୃସଂଶ ସ୍ୱାମୀ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ବାଲିବୋ ଗାଁର ମଝି ସାହିରେ। ୧୨ବର୍ଷ ପୂର୍ବେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ କଅଁସ ଗାଁର ଅନାମ ଚରଣ ସାହୁଙ୍କୁ ଝିଅ ବାସନ୍ତିଙ୍କୁ ଦ୍ବିତୀୟ ବିବାହ କରିଥିଲେ। ବିବାହର ୧୨ବର୍ଷ ବିତି ଯାଇଥିଲେ ବି ତାଙ୍କର କୌଣସି ପିଲାପିଲି ନଥିଲେ। ସ୍ୱାମୀ ଦୁଃଖବନ୍ଧୁ ପ୍ରତିଦିନ ମଦ୍ୟପାନ କରି ସ୍ତ୍ରୀଙ୍କ ସହିତ ଝଗଡା କରୁଥିଲେ । କିନ୍ତୁ ଗତକାଲି ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ଝଗଡା ଚରମ ସୀମାରେ ପହଞ୍ଚିଥିଲା। ନୃଶଂସ ସ୍ୱାମୀ ସ୍ତ୍ରୀକୁ ପିଟିପିଟି ମାରି ଦାଣ୍ଡ କୂଅରେ ପକାଇଥିବା ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବରପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ଦୁଃଖବନ୍ଧୁଙ୍କ ଅଟକ ରଖି ଦମକଳବାହିନୀକୁ ଖବର କରିଥିଲେ। ଦମକଳବାହିନୀ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରିଥିଲେ। ତେବେ ପୋଲିସ ମୃତଦେହ ଜବତ କରି ଭୁବନ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍  କୁ ତଦନ୍ତ କବିବା ନେଇ ଭୁବନ ପୋଲିସ ପକ୍ଷରୁ ସୂଚନା ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *