ବ୍ରହ୍ମପରୁ ସଦର ଥାନା ଗୁଣ୍ଠବନ୍ଧ ଗାଁରେ ଚାଞ୍ଚଲ୍ୟ। ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ସୂଚନା। ଯୁବକ ଜଣକ ହେଲେ ଗୁଣ୍ଠବନ୍ଧ ଗାଁର ନାରାୟଣ ଜେନା। ଗୁରୁତର ଆହତ ନାରାୟଣଙ୍କ ମୁଣ୍ଡ ଓ ଦୁଇ ଗୋଡ଼ରେ ଆଘାତ ଲାଗିଛି। ତେବେ ଗୁରୁତର ଅବସ୍ଥାରେ ନାରାୟଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ସିସିଟିଭି ଫୁଟେଜରେ ଆକ୍ରମଣର ଭିଡିଓ ରେକର୍ଡ ହୋଇଛି । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now