କାଳବୈଶାଖୀର ତାଣ୍ଡବ; ଉଡ଼ିଲା ଛପର,ଭାଙ୍ଗିଲା ଘର

ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ରେ କାଳବୈଶାଖୀର ତାଣ୍ଡବ ଦେଖିବା ପାଇଁ ମିଳିଛି। ବିଭିନ୍ନ ସ୍ଥାନରେ ଉଡ଼ିଲା ଛପର, ଭାଙ୍ଗିଲା ଘର। ରାୟଗଡ଼ା ଜିଲ୍ଲାର ବିଷମ କଟକ, ଓ ମୁନିଗୁଡା ଅଞ୍ଚଳରେ ଆଜି ସକାଳୁ ସକାଳୁ ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ପବନ ହୋଇଥିଲା । ବିଷମ କଟକ ବ୍ଲକ କାଙ୍କୁବାଡି ପଞ୍ଚାୟତ ର ଜାମ୍ବୁଗୁଡା ଗ୍ରାମର ଲାକୁ କୁଟ୍ରୁକା ଓ ହରିଦାସ କାଡ୍ରାକାଙ୍କ ଘରର ଆଜବେଷ୍ଟ ଟିଣ ଉଡେଇ ନେଇଥିବା ବେଳେ ଉକ୍ତ ଗ୍ରାମର ଆଉ ୫ ପରିବାରଙ୍କ ଘର  ଆଂଶିକ ଭାବେ ନଷ୍ଟ ହୋଇ ଛି। ସେହିପରି ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତ ଡାଙ୍ଗବାଡ଼ି ଗ୍ରାମରେ ବିରାଟ ଆମ୍ବ ଗଛ ଉପୁଡ଼ି ଉକ୍ତ ଗ୍ରାମର ତିନି ଜଣଙ୍କ ଘର ଉପରେ ପଡିଥିଲା।ଯାହାଦ୍ଵାରା ଗୋଟିଏ ଘର ସଂପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ଘର ଆଂଶିକ କ୍ଷୟ କ୍ଷତି ହୋଇଛି। ଭାଗ୍ୟ ବଶତଃ ଘରେ କେହି ନଥିବାରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। । ମୁନିଗୁଡା ବ୍ଲକ ରଘୁବାରି ପଞ୍ଚାୟତ ଡେଙ୍ଗାନାଙ୍କା ଗ୍ରାମରେ ଜଣଙ୍କ ଘରର ଆଯୱେଷ୍ଟ୍ ଉଡ଼ି ଯାଇଥିବା ବେଳେ ଆଉ ଜଣଙ୍କ କାନ୍ଥ ଭାଙ୍ଗି ଯାଇଥିବା ଦେଖିବା ପାଇଁ ମିଳିଛି।ଘଟଣା ସ୍ଥଳରେ ରାଜସ୍ୱ ନିରୀକ୍ଷକ ମାନେ ପହଂଚି କ୍ଷୟକ୍ଷତିର ଆକଳନ କରୁଥିବା ଦେଖିବା ପାଇଁ ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *