ଦୀର୍ଘ ଦିନର ନୀରବତା ପରେ ପୁଣି ସକ୍ରିୟ ହୋଇଛନ୍ତି ମାଓବାଦୀ ।ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକରେ ଥିବା ଛତ୍ର ଦାଣ୍ଡି ଜଙ୍ଗଲ ରେ ମାଓବାଦୀ ମାନେ ରହି କ୍ୟାମ୍ପ କରୁଥିଲେ । ଯାହାକୁ ନେଇ ପୋଲିସ ପାଖରେ ସୂଚନା ଆସିବା ପରେ ବଲାଙ୍ଗୀର ଏସ୍ପି ଙ୍କ ନିର୍ଦ୍ଦେଶ ରେ ଡି ଭି ଏ ଫ, ଟିମ ଗଠନ କରାଯାଇ କୁଂମ୍ବିଙ୍ଗ ଅପରେସନ କୁ ଜୋରଦାର କରାଯାଇଥିଲା। ତୁରେକେଲା ଛତ୍ର ଦାଣ୍ଡି ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ସହ କୁମ୍ବିଙ୍ଗ ଅପରେସନ ଜୋରଦାର ହୋଇଥିଲା l ତୁରକେଲା ଥାନାଧିକାରୀ ଙ୍କ ନେତୃତ୍ୱ ରେ ମାଓ କ୍ୟାମ୍ପ ରୁ ବିପୁଳ ପରିମାଣ ରେ ମାଓ ସାମଗ୍ରୀ ଜବତ କରିଛି ପୋଲିସ ।ଏନେଇ ବଲାଙ୍ଗୀର ଏସ୍ପି ଋଷିକେଶ ଖିଲାରୀଓ ଏବଂ ସମ୍ବଲପୁର ଡି ଆଇ ଜି ହିମାଂଶୁ ଲାଲ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ତେବେ ମାଓ କ୍ୟାମ୍ପ ରୁ ଅସ୍ତ୍ରଶସ୍ତ୍ର ସହ ,ଜିଲେଟିଂ, ତାର,ଟିଫିନ ଭଳି ଅନେକ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି । ଅଂଚଳ ରେ ଜୋରଦାର ଅପରେସନ ଚାଲୁ ରହିବାଥିବା ସମ୍ବଲପୁର ଡି ଆଇ ଜି ସୂଚନା ଦେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now