ଦେଶୀ ମଦ ଭାଟିରେ ଢକ ଢକ କରି ମଦ ପିଇଲେ ପ୍ରଧାନ ଶିକ୍ଷକ। ଭିଡିଓ ଭାଇରଲ ପରେ ଆକ୍ସନ ଦାବି। ପ୍ରଧାନଶିକ୍ଷକ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ତ୍ତିକ ପେଣ୍ଠୋଇ । ପ୍ରଧାନଶିକ୍ଷକ ସ୍କୁଲ ଯିବା ବାଟରେ ଭୁବନ ପାଣ୍ଡରା ନାଳ ନିକଟରେ ଏକ ଦେଶୀ ମଦ ଦୋକାନରୁ ମଦ ପିଉଥିବା ବେଳେ ଗ୍ରାମବାସୀଙ୍କ ଦୃଷ୍ଟି ଗୋଚର ହୋଇଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି। ଏ ନେଇ ପ୍ରଧାନ ଶିକ୍ଷକଙ୍କ ନାମରେ ଭୁବନ ଥାନା ଏବଂ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ତୁରନ୍ତ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now