ଦୁର୍ନୀତି ଓ କାଣ୍ଡ

ସବ ଇନସ୍ପେକ୍ଟର ଭର୍ତ୍ତିରେ ହେରଫେର, ରାୟ ରଖିଲେ କୁଲବୁର୍ଗିର କୋର୍ଟ

ପୁଲିସ ସବ ଇନସ୍ପେକ୍ଟର ଭର୍ତ୍ତିରେ ହୋଇଥିବା ଘୋଟାଲା ଆଜୀବନ କାରାଦଣ୍ଡ ଓ ମୃତ୍ୟୁଦଣ୍ଡ ଭୋଗୁଥିବା ଅପରାଧ ଠାରୁ ଅଧିକ ଗମ୍ଭୀର। ସବ ଇନସ୍ପେକ୍ଟର ଭର୍ତ୍ତିରେ ହୋଇଥିବା ହେରଫେର ଘଟଣାରେ ଗିରଫ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି କରି ଏପରି ବୟାନ ଦେଇଛନ୍ତି କର୍ଣ୍ଣାଟକର କୁଲବୁର୍ଗିର ଏକ କୋର୍ଟ। ଗତ ଏପ୍ରିଲରେ ଏହି ହେରଫେରକୁ ନେଇ ଖୁଲାସା ହୋଇଥିଲା।

୨୦୨୧ ଅକ୍ଟୋବର ୩ରେ ହୋଇଥିଲା କର୍ଣ୍ଣାଟକ ପୁଲିସରେ ସବ ଇନ୍ସେକ୍ଟର ଭର୍ତ୍ତି ପାଇଁ ଲିଖିତ ପରୀକ୍ଷା। ଏଥିରେ ୫୪,୨୮୭ ଆଶାୟୀ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ୫୪୫ ଜଣଙ୍କର ଜାନୁଆରୀ ୨୦୨୨ରେ ଚୟନ ହୋଇଥିଲା। କିନ୍ତୁ ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତଙ୍କର ଚୟନରେ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। କାରଣ ଜଣେ ଆଶାୟୀ ଗୋଟିଏ ବିଷୟରେ ୩୧.୫ ନମ୍ବରର ଉତ୍ତର ଦେଇଥିବା ବେଳେ ତାଙ୍କୁ ମିଳିଥିଲା ୧୨୧ ନମ୍ବର। ଏହା ପରେ ଚୟନ ପ୍ରକ୍ରିୟାରେ ହୋଇଥିବା ଘୋଟାଲାର ପର୍ଦ୍ଦାଫାସ ହୋଇଥିଲା ଓ ସୋସିଆଲ ମିଡିଆରେ ବିଫଳ ଆଶାୟୀ ଏହାକୁ ଭାଇରାଲ କରିଥିଲେ ତଥା ଏନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ଏହି ଦୁର୍ନୀତିରେ ଜଣେ ପୂର୍ବତନ ବିଜେପି ନେତାଙ୍କୁ ଗିରଫ କରାଯାଇଥିଲା। ଉକ୍ତ ନେତାଙ୍କ ଦ୍ବାରା ହୋଇଥିବା ଜାମିନ ଆବେଦନ ଉପରେ କୋର୍ଟ ଶନିବାର କହିଥିଲେ କି, ଏହା ଏକ ଗହିର୍ତ୍ତ ଅପରାଧ। ଏହାର ସମାଜ ଉପରେ ରହିଛି ବହୁ କୁପ୍ରଭାବ। ଏପରି ଅପରାଧ ଆଜୀବନ କାରାଦଣ୍ଡ ଓ ମୃତ୍ୟୁ ଦଣ୍ଡ ଦିଆଯାଉଥିବା ଅପରାଧଠାରୁ ଅଧିକ ଭୟଙ୍କର ବୋଲି କହିଛନ୍ତି କୋର୍ଟ। ଏପରି କାର୍ଯ୍ୟକୁ କଦାପି କ୍ଷମା କରାଯିବ ନାହିଁ। ଏହା ବ୍ୟତୀତ ଏହି ଘଟଣାରେ ପରୀକ୍ଷା କେନ୍ଦ୍ରରେ ନିୟୋଜିତ ଅଧିକାରୀ ଦୋଷୀ ସାବ୍ୟସ୍ତ କରାଯାଇଛି। କର୍ଣ୍ଣାଟକର ଅଧିକାରୀ ବୈଜନାଥଙ୍କ ଉପରେ ଆରୋପ ଲଗାଇବା ସହ ୪୨ ଆଶାୟୀଙ୍କୁ ଗିରଫ କରାଯାଇଛି।

Related Articles

Leave a Reply

Your email address will not be published.

Back to top button