ରାଜ୍ୟରେ ବଡ଼ ଧରଣର ସିବିଆଇ ରେଡ୍

Spread the love

ସାରା ରାଜ୍ୟରେ ବଡ଼ ଧରଣର ସିବିଆଇ ରେଡ୍। ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ୍ ନେଇ ସିବିଆଇ ପକ୍ଷରୁ ରେଡ୍ କରାଯାଉଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୭ ସ୍ଥାନରେ ରେଡ୍ କରୁଛି ସିବିଆଇ। କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ ଅଞ୍ଚଳରେ ରେଡ୍ କରାଯାଉଛି। ରେଡ୍‌ରେ ସିବିଆଇ ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ସାମିଲ ଅଛନ୍ତି । ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ସିବିଆଇରେ ଅଭିଯୋଗ ହୋଇଥିଲା । ପ୍ରାର୍ଥୀଙ୍କ ଭିତରୁ ୬୩ଜଣ ଜାଲ୍ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ଥିଲା । ସୁଚନା ଅନୁଯାୟୀ ୧୩୮୨ଟି ଗ୍ରାମିଣ ଡାକ ସେବକ ପୋଷ୍ଟରେ ଅନିୟମିତତା କରାଯାଇଥିଲା । ଆଜି ପ୍ରାୟ ସକାଳ ସମୟରେ ଆରମ୍ଭ ହୋଇଛି ଏହି ରେଡ । ଏହି ରେଡରେ ପାଖାପାଖି ୩୦ ରୁ ଅଧିକ ଗାଡି ବ୍ୟବହାର କରାଯାଇଛି । ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହି ରେଡ ଜାରି ରହିଛି । ଗତକାଲି ଠାରୁ ଏହି ରେଡ ଜାରି ରହିଥିବା ବେଳେ ୨୭ଜାନୁୟାରୀ ୨୦୨୩ରେ ବାହାରିଥିଲା ଏହି ସବୁ ପୋଷ୍ଟ । ଏଥିରେ କୈାଣସି ରୈାଜନୈତିକ ଲିଙ୍କ ରହିଥିବା ନେଇ ସନ୍ଦେହ କରାଯାଇ ଯାଂଚ ଆରମ୍ଭ କରାଯାଇଛି ।

Leave a Reply

Your email address will not be published. Required fields are marked *