ଜନ୍ମ କଲେ ପୁଅ..ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ଝିଅ!

ହାଜିପୁରରେ ହଇରାଣ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ କରାଗଲା। ନର୍ସ କହିଲେ, ଅପରେସନ ପରେ ପୁଅ ହୋଇଛି। ବନ୍ଧ୍ୟାକରଣ କରିଦେବା ବୋଲି କହିଥିଲେ। ଏଥିରେ ପରିବାର ପରିଜନ ବି ରାଜି ହୋଇଗଲେ। ମହିଳାଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ବି ହୋଇଗଲା। ଆଉ ଅପରେସନ ସରିବା ପରେ ଘଣ୍ଟାଏ ପରେ ନର୍ସ ଆଣି ଯେଉଁ ଛୁଆକୁ ଦେଲେ, ତାହା ପୁଅ ବଦଳରେ ଝିଅ ଥିଲା। ଏହାକୁ ନେଇ ପରିବାର ଲୋକେ ହଙ୍ଗାମା କରିଥିଲେ ହସ୍ପିଟାଲରେ। ପରିସ୍ଥିତି ବିଗିଡ଼ିବା ଦେଖି ପୁଲିସ ହସ୍ତକ୍ଷେପ କରିଥିଲା। ବୁଝାସୁଝା ପରେ ମାମଲା ଥଣ୍ଡା ପଡିଛି। କିନ୍ତୁ ପୁଅ ନା ଝିଅ। ଏହାକୁ ନେଇ ମହିଳାଙ୍କ ଭଉଣୀ ଥାନାରେ ତଦନ୍ତ ଲାଗି ଏତଲା ଦେଇଛନ୍ତି। ହଙ୍ଗାମା ପରେ ଡାକ୍ତର ଓ ନର୍ସ ଫେରାର୍ ହୋଇଯାଇଥିଲେ। ସମସ୍ତେ ମିଶି ନବଜାତକୁ ବିକ୍ରି କରିଦେଇଛନ୍ତି ବୋଲି ସାଙ୍ଘାତିକ ଆରୋପ ଲଦିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *