ଇଡି ଚାର୍ଜସିଟରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଅଭିଯୁକ୍ତ

Spread the love

ମୁମ୍ୱାଇ: ଠକ ସୁକେଶ ଚନ୍ଦ୍ରଶେଖର ମନି ଲଣ୍ଡ୍ରିଙ୍ଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ରୁଜୁ ହୋଇଥିବା ଚାର୍ଜସିଟରେ ବଲିଉଡର ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଏହି ଘଟଣାରେ ବର୍ତ୍ତମାନ ଇଡି ଅଭିନେତ୍ରୀଙ୍କୁ ଗିରଫ କରିନାହିଁ । କୋର୍ଟ ଏପର୍ଯ୍ୟନ୍ତ ମାମଲାର ଚାର୍ଜସିଟ୍ ଗ୍ରହଣ କରିନାହାନ୍ତି। ତେବେ ଜ୍ୟାକେଲିନଙ୍କ ବିଦେଶ ଯାତ୍ରା ଉପରେ ରୋକ ଲଗାଯାଇଛି। ସୁକେଶ ଚନ୍ଦ୍ରଶେଖରଙ୍କ ଉପରେ ୨୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଯାଞ୍ଚ ସମୟରେ  ସାମ୍ନାକୁ ଆସିଥିଲା ଯେ, ସୁକେସ ଜ୍ୟାକଲିନଙ୍କୁ ମହଙ୍ଗା ଉପହାର ଦେଇଛନ୍ତି। ଏହାପରେ ଇଡି ଜାକଲିନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହ ୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା। ଚାର୍ଜସିଟରେ ଏହା ମଧ୍ୟ ଉଲ୍ଲେଖ ହୋଇଛି କି,  ସୁକେଶଙ୍କ ଜଣେ ସହଯୋଗୀ ପିଙ୍କି ଇରାନୀ ଜ୍ୟାକଲିନଙ୍କ ସହ ତାଙ୍କର ଭେଟ କରାଇଥିଲେ। ସୁକେଶ ପିଙ୍କିଙ୍କ ସାହାଯ୍ୟରେ ଜ୍ୟାକଲିନଙ୍କୁ ବହୁ ଦାମୀ ଦାମୀ ଗିପ୍ଟ ମଧ୍ୟ ଦେଉଥିଲେ।

ଏହା ବ୍ୟତୀତ ଇଡିର ଚାର୍ଜସିଟରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଅଭିନେତ୍ରୀ ଜ୍ୟାକେଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ସୁକେଶ ଚନ୍ଦ୍ରଶେଖର ଡିସେମ୍ୱର ୨୦୨୦ରୁ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଭିନେତ୍ରୀ ତାଙ୍କ କଲ୍ ରିସିଭ୍ କରିନଥିଲେ। ଅଭିନେତ୍ରୀ ଅଭିଯୋଗ କରିଥିଲେ ଯେ, ସରକାରୀ କାର୍ଯ୍ୟାଳୟରୁ କୌଣସି ବ୍ୟକ୍ତି ତାଙ୍କ ସହ ସମ୍ପର୍କ କରିଥିଲେ ଏବଂ ତାଙ୍କୁ ସୁକେଶ ଚନ୍ଦ୍ରଶଖରଙ୍କ ସହ ସମ୍ପର୍କ ରଖିବାକୁ କହିଥିଲେ। ଯାହାଙ୍କୁ ସେ ସେଖର ରତ୍ନ ବେଲା ନାମରେ ଜାଣିଥିଲେ। ପରେ ସେ ସୁକେଶଙ୍କ ସମ୍ପର୍କରେ ଆସିଥିଲେ। ସୁକେଶ ତାଙ୍କ ପରିବାର ସହ ନିଜ ପରିଚୟ ମଧ୍ୟ ମିଛ କହିଥିଲେ। ସେ ନିଜକୁ  ସନ୍ ଟିଭିର ମାଲିକ ବୋଲି ପରିଚୟ ଦେଇଥିଲେ। ସେ ଆହୁରୀ ମଧ୍ୟ କହିଥିଲେ ଯେ, ସେ ଜୟଲଳିତାଙ୍କ ରାଜନୈତିକ ପରିବାରର। ଚେନ୍ନାଇରେ ତାଙ୍କର ଘର ଥିବା ମଧ୍ୟ ଜ୍ୟାକେଲିନଙ୍କୁ କହିଥିଲେ। ଜ୍ୟାକିଲନ୍‌ ଆହୁରୀ ମଧ୍ୟ କହିଛନ୍ତି ଯେ, ସୁକେଶ ତାଙ୍କୁ ସାଉଥ୍ ଫିଲ୍ମ କରିବା ନେଇ କହିଥିଲେ ଏବଂ ସନ ଟିଭିର ଅନେକ ପ୍ରଜୋକ୍ଟରେ କାମ କରିବା ପାଇଁ ମଧ୍ୟ ଅଫର ଦେଇଥିଲେ। ସେବେଠାରୁ ଉଭୟ ସମ୍ପର୍କକୁ ଆସିଥିଲେ।  

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *