ମୁଖ୍ୟମନ୍ତ୍ରୀଙ୍କ କନଭୟରେ ସାମିଲ ଥିବା ୧୯ଟି ଗାଡ଼ିରେ ଡିଜେଲ ଜାଗାରେ ଭର୍ତ୍ତି ହୋଇଥିଲା ପାଣି। ଆଶ୍ଚର୍ୟ୍ୟ ଲାଗିଲେ ବି ସତ। ସଂପୃକ୍ତ ପେଟ୍ରୋଲ ପମ୍ପକୁ ସିଲ୍ କରିଛନ୍ତି ସରକାର। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ କନଭୟ ଗାଡ଼ିରେ ପାଣି ମିଶା ଡିଜେଲ ସଂପୃକ୍ତ ପେଟ୍ରୋଲ ପମ୍ପ ପକାଇଥିବାରୁ ଗାଡ଼ିଗୁଡ଼ିକ ଆଉ ଗଡ଼ିନଥିଲା। ବାଧ୍ୟ ହୋଇ ଟ୍ରୋଞ୍ଚିଂ କରି ନିଆଯାଇଥିଲା। କାହିଁକି ଅଚାନକ ଏତେ ମାତ୍ରାରେ ଗାଡ଼ି ଏମିତି ହେଲା। ତେଲର ପରୀକ୍ଷା କରାଯାଇଥିଲା। ଆଉ ଜଣାପଡ଼ିଥିଲା ଡିଜେଲ ଜାଗାରେ ପାଣି ମିଶା ଡିଜେଲ ପକାଇଥିଲା ପେଟ୍ରୋଲ ପମ୍ପ କର୍ମଚାରୀ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ଼ ଧରଣର ତୃଟି ଦେଖାଯାଇଥିଲା। ରିଜିଓନାଲ ଇଣ୍ଡଷ୍ଟ୍ରି, ସ୍କିଲ ଆଣ୍ଡ ଏମ୍ପ୍ଲୟମେଣ୍ଟ କନକ୍ଲେଭରେ ସାମିଲ୍ ହେବାକୁ ବାହାରିଥିଲେ ମୁଖ୍ୟମନ୍ତ୍ରୀ। ଆଉ ତାଙ୍କ କନଭୟରେ ଏହି ୧୯ଟି ଗାଡ଼ି ସାମିଲ ହେବାକୁ ବାହାରିଥିଲା। ଏହି ମାମଲାରେ ରତଲାମ ସହରର ଡୋସିଗାଁଓସ୍ଥିତ ଭାରତ ପେଟ୍ରୋଲିୟମର ଶକ୍ତି ଫୁଏଲ୍ସ ପମ୍ପକୁ ସିଲ୍ କରିଦିଆଯାଇଛି। ୧୯ଟି ଗାଡ଼ିରେ ଗୁରୁବାର ରାତି ପ୍ରାୟ ୧୦ଟା ବେଳେ ଡିଜେଲ ଭର୍ତ୍ତି କରାଯାଇଥିଲା। ଗାଡ଼ିଗୁଡ଼ିକ ପମ୍ପରୁ କିଛି ଦୂର ଯାଇଥିଲା କି ନାହିଁ, ସମସ୍ୟା ଦେଖାଦେଇଥିଲା। ମଝି ରାସ୍ତାରେ ଗାଡ଼ି ବନ୍ଦ ହୋଇଯାଇଥିଲା। ମଝି ରାସ୍ତାରେ ବନ୍ଦ ହୋଇଯାଇଥିବା ଗାଡ଼ିକୁ ଧକ୍କା ଦେଇ ରାସ୍ତା କଡ଼କୁ ଅଣାଯାଇଥିଲା। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ତୁରନ୍ତ ପହଞ୍ଚିଥିଲେ।


Naxatra News is now on Whatsapp
Join and get latest news update delivered to you via whatsapp
Join Now