ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ସହ ଆତଙ୍କବାଦୀଙ୍କୁ ଶରଣ ଦେଉଥିବା ପାକିସ୍ତାନର ମୁଖା ଖୋଲିବାରେ ଲାଗିଛି ଭାରତ। ବିଶ୍ୱକୁ ପାକିସ୍ତାନର ଅସଲ ଚେହେରା ଦର୍ଶାଇବାରେ ଲାଗିଛି। ଜାତିସଂଘରେ ରୋକଠୋକ ଶୁଣାଇଦେଇଛି। ଯେପର୍ଯ୍ୟନ୍ତ ଆତଙ୍କବାଦକୁ ପାକିସ୍ତାନ ପ୍ରୋତ୍ସାହନ ଦେବା ବନ୍ଦ କରିନି। ସେପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ଶୁଣାଇଦେଇଛି। ନ୍ୟୁୟର୍କରେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ ଏ କଥା କହିଥିଲା ବେଳେ ସେପଟେ ସିନ୍ଧୁ ଜଳ ସନ୍ଧିର ସିଦ୍ଧାନ୍ତକୁ ପାକିସ୍ତାନ ଉଲ୍ଲଂଘନ କରୁଛି। ଏ କଥା ସଂସଦୀୟ କମିଟିକୁ ଅବଗତ କରାଇଛି ବିଦେଶ ମନ୍ତ୍ରାଳୟ। ସେପଟେ ସର୍ବଦଳୀୟ ପ୍ରତିନିଧି ଦଳ ପାକିସ୍ତାନ କେମିତି ଆତଙ୍କବାଦକୁ ପୋଷି ସୀମା ସମେତ ଭାରତର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି ସେ କଥାର ଅବତାରଣା କରିଛି। ସେଥିଲାଗି ପାକିସ୍ତାନର ଏଭଳି ଆଚରଣକୁ କଡ଼ା ଜବାବ ଦେବାକୁ ଭାରତ ସଦା ପ୍ରସ୍ତୁତ। ଯଦି ଆତଙ୍କବାଦ ପାଗଳ କୁକୁର, ଏହାକୁ ପାଳିଥିବା ପାକିସ୍ତାନ ହେଉଛି ହିଂସ୍ରିକ ମାଲିକ। ସେଥିଲାଗି ପାକିସ୍ତାନକୁ ତା ଭାଷାରେ ବୁଝାଇବା ଜରୁରୀ ହୋଇପଡିଛି। ଆତଙ୍କବାଦ ଆଗରେ ଭାରତ କେବେ ବି ମୁଣ୍ଡ ନୁଆଇଁନି କି ନୁଆଁଇବାର ପ୍ରଶ୍ନ ଉଠୁନି ବୋଲି ଜାପାନରେ କହିଛନ୍ତି ଅଭିଷେକ ବାନାର୍ଜୀ। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଆତଙ୍କବାଦୀ ସଂଗଠନ ଏମିତି ଜନ୍ମ ନେଇନି। ବରଂ ପାକିସ୍ତାନ ଜନ୍ମ ଦେଇଛି। ସଞ୍ଜୟ ଝା କହିଛନ୍ତି, ଭାରତ ଆଉ ବସିକି ଦେଖିପାରିବନି। ଆତଙ୍କବାଦୀଙ୍କ ଘରେ ପଶି ମାରିବୁ। ପାକିସ୍ତାନ ସରକାର ଓ ସେନା ଆତଙ୍କବାଦୀଙ୍କ ଦୃଢ଼ ସମର୍ଥକ ସାଜିଛନ୍ତି। ସିପିଆଇ(ଏମ) ସାଂସଦ ଜୋନ୍ ବ୍ରିଟାସ କହିଛନ୍ତି, ପ୍ରତିନିଧି ଦଳରେ ଯଦିଓ ବିଭିନ୍ନ ଦଳର ସଦସ୍ୟ ଅଛନ୍ତି। କିନ୍ତୁ ଦେଶ ସ୍ୱାର୍ଥରେ ସବୁ ଏକଜୁଟ୍। ଭାରତ ଆଗକୁ ବଢ଼ୁଥିବା ବେଳେ ପାକିସ୍ତାନ ଗୋଡ ତଳୁ ଟାଣିବାରେ ଲାଗିଛି। ସେଥିଲାଗି ସବୁତକ ଆତଙ୍କବାଦ କାର୍ଯ୍ୟକଳାପ ପାକିସ୍ତାନରେ। ସେପଟେବାହାରିନରେ ପହଞ୍ଚିଛନ୍ତି ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଟିମ୍। ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ ସମର୍ଥନ ଜୁଟାଉଛି। ପାକିସ୍ତାନର ଅସଲ ଚେହେରାକୁ ଦୁନିଆ ଆଗରେ ରଖିବା ସହ ଆତଙ୍କବାଦକୁ କୌଣସିମତେ ବରଦାସ୍ତ କରିବନି ବୋଲି କଡ଼ା ଚେତାବନୀ ଶୁଣାଇଦେଇଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now