ଆଇପିଏସଙ୍କ ପଦୋନ୍ନତି ରୋକିବାକୁ ଷଡ଼ଯନ୍ତ୍ର- ରାଜ୍ଯପାଳଙ୍କୁ ୬୭୨ ପୃଷ୍ଠାର ଚିଠି

ହରିଆଣା ଆଇପିଏସ ପୁରନ କୁମାର ଆତ୍ମହତ୍ୟା ମାମଲାରେ ବରିଷ୍ଠ ପୁଲିସ ଅଫିସରଙ୍କ ବିରୁଦ୍ଧରେ ଏତଲା ରୁଜୁ ଘଟଣା ପୁରା ଦେଶରେ ଚର୍ଚ୍ଚାର ବିଷୟ ସାଜିଛି। ଆଉ ଏତିକିବେଳେ ରାଜସ୍ଥାନରୁ ଆସିଛି ଆଉ ଜଣେ ଆଇପିଏସଙ୍କୁ ନିର୍ଯାତନା ଘଟଣା। ୨୦୦୯ ବ୍ୟାଚର ଆଇପିଏସ ପଙ୍କଜ ଚୌଧୁରୀ ପୁଣି ଥରେ ଚର୍ଚ୍ଚିତ ବୟାନ ଦେଇଛନ୍ତି। ଚୌଧୁରୀ ନିଜ ବିରୁଦ୍ଧରେ ଚାଲିଥିବା କାର୍ଯାନୁଷ୍ଠାନକୁ ଷଡ଼ଯନ୍ତ୍ର ବୋଲି କହିବା ସହ ରାଜ୍ୟପାଳ ହରିଭାଉ ବାଗଡେଙ୍କୁ ୬୭୨ ପୃଷ୍ଠାର ବିସ୍ତୃତ ଚିଠି ପଠାଇଛନ୍ତି। ଏହି ଚିଠିରେ ୧୫ ଆଇଏଏସ-ଆଇପିଏସଙ୍କ ସମେତ ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ ବି ଉଲ୍ଲେଖ କରିଛନ୍ତି। ଚୌଧୁରୀ ଅଭିଯୋଗ କରିଛନ୍ତି ଯେ, ଗଲା ୭ ବର୍ଷ ଧରି ପ୍ରମୋସନ ଓ କ୍ୟାରିଅରକୁ ରୋକିବାକୁ ତାଙ୍କ ବିରୁଦ୍ଧରେ ସଂଗଠିତ ପ୍ରୟାସ ଜାରି ରହିଛି। ସେ ବ୍ୟବସ୍ଥା ବିରୁଦ୍ଧରେ ଲଢ଼ୁଥିବାରୁ କୋର୍ଟଙ୍କ ଆଦେଶକୁ ବି ଅଣଦେଖା କରାଯାଉଛି। ଆଇଜି ପଙ୍କଜ ଚୌଧୁିରୀଙ୍କ କହିବା କଥା, ସେ ଏ ମାମଲା ପିଏମଓ ଓ ଗୃହ ମନ୍ତ୍ରାଳୟ ଯାଏ ଅବଗତ କରାଇଛନ୍ତି। କିନ୍ତୁ ଏଯାଏ କୌଣସି ଠୋସ୍ କାର୍ଯାନୁଷ୍ଠାନ ହୋଇନି। ମେ ପହିଲା ୨୦୧୮ରେ ଚୌଧୁରୀଙ୍କ ଏସିଆର ରେକର୍ଡକୁ ପୁନର୍ବାହାଲ ଓ ପଦୋନ୍ନତି ଦେବାକୁ ସରକାରଙ୍କୁ କୋର୍ଟ ଆଦେଶ ଦେଇଥିଲେ। କିନ୍ତୁ ଆଦେଶର ଅନୁପାଳନ ହେଲାନି। ପୂର୍ବରୁ ତାଙ୍କୁ ଚାକିରୀରୁ ବିଦା କରାଯାଇଥିଲା। କିନ୍ତୁ ଅଦାଲତି ଲଢ଼େଇ କରି ସେ ଚାକିରୀ ଫେରିପାଇଥିଲେ। ଯେଉଁ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି, ସେମାନେ ହେଲେ ଅଶୋକ ଗେହଲଟ ଓ ବସୁନ୍ଧରା ରାଜେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *